ଏକାମ୍ରରେ ‘ମୋ ଦେଶ, ମୋ ମାଟି’ କାର୍ଯ୍ୟକ୍ରମ

ଭୁବନେଶ୍ବର: ବିଜେପି ପକ୍ଷରୁ ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସିଟି ଓମେନ୍ସ କଲେଜ ଛକରୁ ଜାଗମରା ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ‘ମୋ ଦେଶ ମୋ ମାଟି’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କଳସରେ ମାଟି ସଂଗ୍ରହ କରିଥିଲେ। ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବିଷୟରେ କହିଥିଲେ। ଏହି ଅବସରରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜେନ୍ଦ୍ର ପଣ୍ଡା, ପିଙ୍କି ପ୍ରଧାନ, ରାମ ରଣସିଂହ, ହିମାଂଶୁ ଶେଖର ଛୋଟରାୟ, ସୁନୀଲ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ଦାସ, ମନୋଜ ପଶ୍ଚିମକବାଟ, ସୁଭାଷିନୀ ପୃଷ୍ଟି, ଦିଲ୍ଲୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର