ନନ୍ଦନକାନନ ପରିଦର୍ଶନ କଲେ ପିସିସିଏଫ୍

ବାରଙ୍ଗ: ନୂତନ ଭାବେ ପିସିସିଏଫ୍ ଦାୟିତ୍ବ ଗ୍ରହଣ କରିଥିବା ସୁଶିଲ କୁମାର ପୋପଲି ନନ୍ଦନକାନନ ପରିଦର୍ଶନରେ ଆସିଥିଲେ। ଆଜି ପୂର୍ବାହ୍ନ ୧୦ଟାରେ ପହଞ୍ଚିବା ପରେ ନନ୍ଦନକାନନ ଅତିଥି ଭବନରେ ଅଧିକାରୀ କର୍ମଚାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ଅପରାହ୍ନରେ ନନ୍ଦନକାନନର ନିର୍ଦ୍ଦେଶକ ମନୋଜ ଭି. ନାୟର, ଉପନିର୍ଦ୍ଦେଶକ ସଂଜିତ କୁମାର ଓ ଜନ୍ତୁ ବିଭାଗ ରେଞ୍ଜ ଅଫିସର ସୁଦୀପ୍ତ କୁମାର ପଣ୍ଡା ଶ୍ରୀ ପୋପଲିଙ୍କୁ ଭାଲୁ, ବାଘ, ସିଂହ, ଜିରାଫ, ସିମ୍ପାଞ୍ଜି ସମେତ ବିଭିନ୍ନ ଖୁଆଡ଼ ବୁଲାଇ ଦେଖାଇଥିଲେ। ଶେଷରେ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରକୁ ଯାଇ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ର ପରିଦର୍ଶନ କରିଥିଲେ। ପରେ ରୁପା-ରାଜେଶଙ୍କ ମିଳନରୁ ଜନ୍ମିତ ଛୁଆ ବାଘ ଓ ବିଜ୍‌ଲି-ସମ୍ରାଟ ମିଳନରୁ ଜନ୍ମିତ ଛୁଆ ସିଂହଙ୍କ ଖେଳକୁଦ ଦେଖିଥିଲେ।

ସମ୍ବନ୍ଧିତ ଖବର