ସାଇ କଥା ଅମୃତର ୯ମ ବାର୍ଷିକ ସମାରୋହ

ଭୁବନେଶ୍ୱର: ମାସିକ ପତ୍ରିକା ସାଇ କଥା ଅମୃତର ୯ମ ବାର୍ଷିକ ସମାରୋହ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳସଚିବ ଅଭୟ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାହିତ୍ୟିକା ବିଷ୍ଣୁପ୍ରିୟା ଓତା, ଅନ୍ୟତମ ଅତିଥି ଭାବେ କଣ୍ଠଶିଳ୍ପୀ ଅନୂସୟା ନାଥ ଏବଂ ମୁଖ୍ୟବକ୍ତା ଭାବରେ ପ୍ରଫେସର ରମେଶ ଚନ୍ଦ୍ର ମଲ୍ଲିକ ଯୋଗ ଦେଇ ସାଇବାବାଙ୍କର ମହିମା ଓ କରୁଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ।

ସାଇ କଥା ଅମୃତର ସମ୍ପାଦକ ପ୍ରସନ୍ନ କୁମାର ଜେନା ସ୍ବାଗତ ଭାଷଣ ଦେଇଥିଲେ। ପ୍ରଭାତୀ ମିଶ୍ର ସଂଯୋଜନା କରିଥିବାବେଳେ ପତ୍ରିକାର ପ୍ରକାଶିକା ଜୟନ୍ତୀ ଜେନା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଅକ୍ଷୟ କୁମାର ସ୍ୱାଇଁ ଓ ସୁକାନ୍ତ କୁମାର ଗୁମାନସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର