ମୁଖ୍ୟମନ୍ତ୍ରୀଙ୍କ ସହିତ ଫଟୋ ଉଠାଇଲେ ୧୬ ଦେଶର ଅଧିନାୟକ

ଛୁଟି ଦିନରେ ବନ୍ଦ ହେବନି ରାଜ୍ୟ ସଂଗ୍ରହାଳୟ

ପୁରୁଣା ଭୁବନେଶ୍ୱର : ହକି ବିଶ୍ବକପ୍‌ର ଉଦ୍‌ଘାଟନ ପୂର୍ବରୁ ଏଥିରେ ଭାଗ ନେଉଥିବା ୧୬ଟି ଦେଶର ଅଧିନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁକ୍ତେଶ୍ବର ମନ୍ଦିର ପରିସରରେ ବୁଲିବା ସହିତ ସେଠାରେ ଫଟୋ ଉଠାଇଥିଲେ। ମୁଖ୍ୟମନ୍ତ୍ରୀ ସେଠାରୁ ଫେରିଯିବା ପରେ ‌କିଛି ହକିପ୍ରେମୀ ଖେଳାଳିମାନଙ୍କ ସହିତ‌ ସେଲ୍‌ଫି ନେଇଥିବା ଦେଖାଯାଇଥିଲା। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ଓ ବହୁ କର୍ପୋରେଟର୍‌ ସେଠାରେ ଉପସ୍ଥିତ ଥିଲେ।

ଛୁଟି ଦିନରେ ବନ୍ଦ ହେବନି ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ବର : ହକି ବିଶ୍ବକପ୍‌ ଶେଷ ହେବା ପର୍ଯ୍ୟନ୍ତ ଛୁଟି ଦିନରେ ମଧ୍ୟ ଖୋଲା ରହିବ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ। ହକି ବିଶ୍ବକପ୍‌ ସମୟରେ ରାଜ୍ୟ ଓ ଦେଶ ବାହାରୁ ବହୁ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସଂଗ୍ରହାଳୟର ଅଧୀକ୍ଷକ ଜୟନ୍ତୀ ରଥ ସୂଚନା ଦେଇଛନ୍ତି। ଏହି ସମୟରେ ଉଭୟ ଦେଶୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଦେୟ ୨୦ ଟଙ୍କା ସ୍ଥିର ହୋଇଛି। ପୂର୍ବାହ୍ଣ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସଂଗ୍ରହାଳୟ ଖୋଲା ରହିବ।

ସମ୍ବନ୍ଧିତ ଖବର