ଅନଲାଇନ୍‌ରେ ମିଳୁଛି ରଜ ପାନ : ବିଭିନ୍ନ ଫ୍ଲେଭର୍‌ର ପାନ ଓ ଡ୍ରାଏ୍‌ଫ୍ରୁଟ୍ ପାନ

କେବେ ପାନ ଖାଇ ନଥିବା ଝିଅମାନେ ରଜ ଆସିଲେ ଏଇ ମଉକାରେ ରଜ ପାନ ଖଣ୍ଡେ ନିଶ୍ଚେ କଳରେ ଯାକିବେ।  ସହିଦନଗରସ୍ଥିତ ରମାକାନ୍ତ ସେନାପତିଙ୍କ ‘ବନାରସୀ ପାନ ଭଣ୍ଡାର’ରେ ୯ଟି ‘ଫ୍ଲେଭର୍‌’ର ପାନ ଉପଲବ୍ଧ ହେଉଥିବା ବେଳେ ଫ୍ଲେଭର୍‌ ଚଟଣି, ଲିକୁଇଡ୍‌ ମସଲା, ଲିଚି ଓ ଚକୋଲେଟ୍‌ ଫ୍ଲେଭର୍‌ର ପାନର ଦାମ୍‌ ୩୦ଟଙ୍କା ରହିଛି। ସେହିଭଳି ଲୋକଙ୍କ ଡାଏଟ୍‌କୁ ଦୃଷ୍ଟରେ ରଖି ‘ଡ୍ରାଏଫ୍ରୁଟ’ ପାନ ମଧ୍ୟ ଉପଲବ୍ଧ ହେଉଛି। କାଜୁ, ବାଦାମ, ଖିସମିସ୍‌, ପେସ୍ତାକୁ ନେଇ ପ୍ରସ୍ତୁତ ପାନ  ୬୦ଟଙ୍କାରୁ ଆରମ୍ଭ ହୋଇ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଏଥରେ ରଜରେ ରମାକାନ୍ତ ପ୍ରାୟ ୫୦ ପ୍ରକାର ମିଠା ପାନ ମସଲା ଓ ମିଠା କଡ଼ା ମିଶାଇ ୨୦୦ ପ୍ରକାର ମସଲାରେ ପାନ ତିଆର କରିିବେ। ପାନ ପାଇଁ ନବରତ୍ନମସଲା, କେଶର ଓ ଗିଲା  ପରି ଅନେକ ପ୍ରକାରର ମସଲା ସୁରତ, ପଶ୍ଚିମବଙ୍ଗ, ବେଙ୍ଗାଲୁରୁ ଓ ଦିଲ୍ଲୀରୁ ମଗାଉଛି। ଏଥର ରଜ ପାନ ଅନ୍‌ଲାଇନରେ କିପରି ସହଜରେ ମିଳି ପାରିବ ସେହି ବ୍ୟବସ୍ଥା ମଧ୍ୟ କରିଛନ୍ତି। ଭୁବନେଶ୍ୱରର ଯେକୌଣସି ସ୍ଥାନରୁ ଫୋନ୍‌ କରି ପାନ ଅର୍ଡର ଦେଲେ ୪ଘଣ୍ଟା ଭିତରେ ଘରେ ପହଞ୍ଚିବାର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର