ଭୁବନେଶ୍ୱରରେ ଉତ୍ତେଜନା ଦେଖି ସ୍ପଷ୍ଟ କଲେ କମିସନର, ପୁଲିସ୍ ଏହି ୫ ଟ୍ରାଫିକ୍ ଉଲ୍ଲଂଘନକୁ ତନଖି କରୁଛି

ଭୁବନେଶ୍ୱର: ନୂତନ ଯାନବାହନ ଆଇନ ଅନୁସାରେ ଗାଡ଼ି ଯାଞ୍ଚ ବେଳେ ଶନିବାର ରାଜମହଲ ଛକରେ ଜନତା-ପୁଲିସ ମୁହାଁମୁହିଁ ହୋଇଥିଲେ। ଫଳରେ  ଉତ୍ତେଜନାମୂଳକ ପରିସ୍ଥିତି ଦେଖା ଦେଇଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ଆୟତ୍ତକୁ ଆଣିବାକୁ ପୁଲିସ ଲାଠିଚାଳନା ବି କରିଥିଲା। ଏହି ଘଟଣାକୁ ନେଇ ବେଶ୍ କିଛି ସମୟ  ରାଜମହଲ ଛକରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା। ଏହାପରେ ଘଟଣାସ୍ଥଳରେ ଭୁବନେଶ୍ବର-କଟକ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

ରାଜମହଲ ଛକରେ ଏଭଳି ଉତ୍ତେଜନା ପରିସ୍ଥିତିକୁ ଦେଖି କମିସନର ସ୍ପଷ୍ଟ ସୂଚନା ଦେଇ କହିଛନ୍ତି, ଏବେ ଇନସୁରାନ୍ସ ଓ ପ୍ରଦୂଷଣ ତନଖି କରା ଯାଉନାହିଁ। ଏମିତିକି ୧ହଜାର ଟଙ୍କା ଜାଗାରେ ୫ଶହ ଟଙ୍କା ଜରିମାନା ଆଦାୟ କରାଯାଉଛି। ପରିବହନ ବିଭାଗ ସହ ଆଲୋଚନା କରାଯାଇଛି। ସେହିପରି ଆଇନ ଉଲଂଘନ କରୁଥିବା ପୁଲିସ କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏବେ କେବଳ ୫ଟି ଉଲ୍ଲଂଘନକୁ ତନଖି କରାଯାଉଛି।

ସେଗୁଡ଼ିକ ହେଉଛି…

୧. ବାଇକ୍‌ରେ ତିନିଜଣଙ୍କୁ ନେଲେ

୨. ହେଲମେଟ ପିନ୍ଧି ନ ଥିଲେ

୩. ମଦ ପିଇ ଗାଡ଼ି ଚଳାଉଥିଲେ

୪. ଗାଡ଼ି ଚଳାଇବା ବେଳେ ମୋବାଇଲ୍‌ରେ ଗପୁଥିଲେ

୫. ରାସ୍ତାର ଭୁଲ ଦିଗରେ ଗଲେ

 

ସମ୍ବନ୍ଧିତ ଖବର