ଘରକୁ ଯାଇ ଏତଲା ଆଣିଲେ ନୟାପଲ୍ଲୀ ଥାନା ଅଧିକାରୀ

ଭୁବନେଶ୍ୱର: ତାଲାବନ୍ଦ ବେଳେ ଘରକୁ ଯାଇ ଅଭିଯୋଗ ଶୁଣିଲା କମିସନରେଟ ପୁଲିସ। ଫୋନରେ ଅଭିଯୋଗ ପାଇ ଘରକୁ ଯାଇ ଏତଲା ଆଣିଲେ ନୟାପଲ୍ଲୀ ଥାନା ଅଧିକାରୀ। ୫୦୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୁଲିସ।

ଆଜିଠାରୁ ସାରା ରାଜ୍ୟରେ ଲକଡାଉନ୍। ଭୁବନେଶ୍ୱରରେ ତାଲାବନ୍ଦ ବେଳେ ଘରକୁ ଯାଇ ଲୋକଙ୍କ ଅଭିଯୋଗ ଗ୍ରହଣ କରୁଛି କମିସନରେଟ୍ ପୁଲିସ। ଏଫଆଇଆର ଆଣିବ ଏବଂ ହ୍ୱାଟସ୍ ଆପ୍ ଓ ଇ-ମେଲ ଜରିଆରେ ଅଭିଯୋଗକାରୀଙ୍କୁ ପାଖକୁ ଏତଲା କପି ପଠାଯିବ ବୋଲି କହିଥିଲେ ଭୁବନେଶ୍ୱର ଡିସିପି ଡକ୍ଟର ଉମାଶଙ୍କର ଦାସ । ଏହାସହ ଲୋକେ ନିଜର ଅସୁବିଧା ସଂପର୍କରେ ଜଣାଇବା ପାଇଁ ଥାନକୁ ନଆସି ଥାନାର ଲ୍ୟାଣ୍ଡଲାଇନ୍ ଫୋନ୍ ନମ୍ବର କିମ୍ବା ଆଇଆଇସିଙ୍କୁ ଫୋନ କରି ଜଣାଇପାରିବେ।

image source-times of india

ଏହାସହ ତାଲାବନ୍ଦ ବେଳେ ଜରୁରୀକାଳୀନ ସେବା ଯଥା ମେଡିକାଲକୁ ଯାଉଥିଲେ ୧୦୦କୁ ଫୋନ କରି ଚେକ୍ ପୋଷ୍ଟରେ ଯାଇପାରିବେ ରାଜଧାନୀବାସୀ। ଏହାସହ ଅମାନିଆ ହୋଇ, ତାଲାବନ୍ଦ ବେଳେ ବଜାରରେ ବୁଲିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚନା ଦେଇଥିଲେ। ଆଉ ଆଜି ଲକଡାଉନ ଆରମ୍ଭ ହୋଇଥିବା ବେଳେ ପୁଲିସର ତାର ପୂର୍ବ ପ୍ରତିଶ୍ରୁତି ମୁତାବକ ଅଭିଯୋଗକାରୀଙ୍କ ଘରକୁ ଯାଇ ଏତଲା ଗ୍ରହଣ କରିଛି।

ସମ୍ବନ୍ଧିତ ଖବର