ମରାମତି ହେଲା ପୁରୀ ବାଇପାସ୍‌ ଫ୍ଲାଏଓଭର

ଭୁବନେଶ୍ବର : ରବିବାର ଦବି ଯାଇଥିବା ପୁରୀ ବାଇପାସ୍‌ ଫ୍ଲାଏଓଭରର ଆପ୍ରୋଚ୍ ରୋଡ୍‌କୁ ଆଜି ଜାତୀୟ ରାଜପଥ କର୍ତ୍ତୃପକ୍ଷ ମରାମତି କରିଛନ୍ତି। ପ୍ରାୟ ୧୦ଘଣ୍ଟା ଧରି ମରାମତି ହେବା ପରେ ଏହି ରାସ୍ତାରେ ଗାଡ଼ି ଯାତାୟାତ ସ୍ବାଭାବିକ ହୋଇଛି। ରବିବାର ମଧ୍ୟାହ୍ନରେ ଫ୍ଲାଏଓଭରର ଆପ୍ରୋଚ୍ ରୋଡ୍‌ ଆରମ୍ଭ ହୋଇଥିବା ସ୍ଥାନରେ ୨ ମିଟର ଲମ୍ବା, ୧ମିଟର ଓସାରରେ ୪ଇଞ୍ଚ ଗଭୀରକୁ ବ୍ରିଜ୍ ଦବି ଯାଇଥିବା ବେଳେ ରାସ୍ତା ଫାଟି ଆଁ କରିଥିଲା। ଯାହାକୁ ନେଇ ରବିବାର ସଂଧ୍ୟାରେ ରାସ୍ତାରୋକ ହୋଇଥିଲା। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦବି ଯାଇଥିବା ଅଞ୍ଚଳକୁ ବ୍ୟାରିକେଡ୍‌ କରି ରାତିତମାମ ରଖିବା ପରେ ଆଜି ସକାଳୁ ମରାମତି କରିଛନ୍ତି। ସକାଳ ୮ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ରାସ୍ତା ମରାମତି ହେବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଆଜି ଦବି ଯାଇଥିବା ସ୍ଥାନରୁ ରାସ୍ତାକୁ ଖୋଳି ପିଚୁ ଓ ବାଲି କଢ଼ା ଯାଇଥିଲା। ଏହାପରେ ପୁଣି ବାଲି ଭର୍ତ୍ତି କରି ରୋଲର୍ ଓ କମ୍ପ୍ରେସର୍‌ ଚଢ଼ା ଯାଇଥିଲା। ପରୀକ୍ଷାମୂଳକ ଭାବେ ଭାରୀଯାନ ଚଳାଇ ରାସ୍ତା ଦବୁଛି କି ନାହିଁ ଦେଖା ଯାଇଥିଲା।

ସମ୍ବନ୍ଧିତ ଖବର