ରୁକୁଣା ରଥ ଅଖରେ ଲାଗିଲା ଚକ

କାଠ ନ ଥିବାରୁ ୪ଘଣ୍ଟା କାମ ବନ୍ଦ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ତିଆରି ଆଗେଇ ଚାଲିଥିବା ବେଳେ ଆଜି ରଥ ଅଖରେ ଚକ ସଂଯୋଗ କରାଯାଇଛି। ତେବେ କାଠ ନଥିବାରୁ ଆଜି ସନ୍ଧ୍ୟାରୁ ୪ଘଣ୍ଟା କାମ ବନ୍ଦ କରାଯାଇଛି। ପ୍ରକାଶ ଯେ, ଆସନ୍ତା ୨୪ତାରିଖରେ ରଥଯାତ୍ରା ପାଇଁ ମହାରଣା ସେବାୟତମାନେ ରଥ କାମରେ ଲାଗି ପଡ଼ିଛନ୍ତି। ରଥ ଖଳାରେ ଆଜି ଅଖରେ ଚକ ସଂଯୋଗ କରାଯାଇଛି। ତେବେ ଏହା ପରେ ରଥ କାମରେ ପାଞ୍ଚ ଦଣ୍ଡା ଓ ଓରା ଲଗାଯିବାକୁ ଥିବା ବେଳେ କାମ ବନ୍ଦ ରହିଛି। ମହାରଣାମାନଙ୍କୁ କାଠ ବାହାର କାମରେ ଲାଗାଯାଇ କାମ ବନ୍ଦ କରାଯାଇଛି ବୋଲି ମହାରଣା ସେବାୟତ ସୋମନାଥ ମହାରଣା କହିଛନ୍ତି। କାଠ ବାହାର କରିବା କାମ ସେମାନେ କରିବା ଦ୍ଵାରା ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାମ ହୋଇ ନଥିଲା। ଏଥି ପାଇଁ ସେମାନେ ମନ୍ଦିର କର୍ମଚାରୀଙ୍କୁ ଦାୟୀ କରିଛନ୍ତି। ସମୁଦାୟ ୪୦ଜଣ ମହାରଣା ସେବାୟତ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ଏହାର ଅନୁଧ୍ୟାନ କରାଯିବ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର