ପାତ୍ରପଡ଼ା ଶନିମନ୍ଦିର ଛକ ନିକଟରେ ଯୁବକଙ୍କ ଉପରେ ମାଡ଼ିଗଲା ‘ମୋ ବସ୍‌’

ଖଣ୍ଡଗିରି : ଆଜି ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ ପାତ୍ରପଡ଼ା ଶନିମନ୍ଦିର ଛକ ନିକଟରେ ମୋ ବସ୍(ଓଡି୩୩ୟୁ-୭୧୦୪) ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ, ସ୍ଥାନୀୟ ରଘୁନାଥନଗର କେଶବ ସାହୁ (୨୪)। ଖଣ୍ଡଗିରି ଥାନା ପୁଲିସ ସୂଚନାନୁସାରେ କଳିଙ୍ଗ ବିହାରସ୍ଥିତ ଏକ ମେଡିସିନ୍‌ ଦୋକାନରେ କାମ କରୁଥିବା କେଶବ ନିଜ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଶନିମନ୍ଦିର ଛକ ନିକଟରେ ମୋ’ ବସ୍ ତାଙ୍କୁ ପଛରୁ ପିଟିଥିଲା। ବେପରୁଆ ଭାବେ ଗାଡ଼ି ଚଳାଉଥିବା ଡ୍ରାଇଭର ବ୍ରେକ୍ ନ କରିବାରୁ ବସ୍‌ଟି କେଶବଙ୍କ ଉପରେ ମାଡ଼ି ପଳାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର