ମହାବୀରନଗର ପାର୍କର ଶିଳାନ୍ୟାସ

ଭୁବନେଶ୍ବର: ଝାରପଡ଼ା ମହାବୀରନଗରରେ ହେବାକୁ ଥିବା ଅତ୍ୟାଧୁନିକ ପାର୍କର ଶିଳାନ୍ୟାସ ହୋଇଛି। ଆଜି ଅପରାହ୍‌ଣରେ ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ପାର୍କ ନିର୍ମାଣ ହେଲେ ଆଖପାଖ ଅଞ୍ଚଳ ଛୋଟପିଲାଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ଉପକୃତ ହେବେ ବୋଲି ବିଧାୟକ ଶ୍ରୀ ଜେନା କହିଥିଲେ। ପାର୍କରେ ଏକ ଯୋଗ ମଣ୍ଡପ, ଜଗିଂ ଟ୍ରାକ୍‌, ମୁକ୍ତାକାଶ ଜିମ୍‌, ଛୋଟ ପିଲାଙ୍କ ଖେଳକୁଦ ଓ ମନୋରଂଜନ ପାଇଁ ମଧ୍ୟ ବ୍ୟବସ୍ଥା ରହିବ। ଏହାଛଡ଼ା ଏଠାରେ ୱାଟର ଏଟିମ୍‌ ଲଗାଯିବ। କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର୍‌ ଶ୍ରୀଧର ଜେନା, ସମାଜସେବୀ ଦିଲ୍ଲୀପ କୁମାର ଜେନା, ପୂର୍ବତନ କର୍ପୋରେଟର୍‌ ନବକିଶୋର ବେହେରା, ବିଜୁ ମହିଳା ରାଜ୍ୟ ସଭାନେତ୍ରୀ ପ୍ରଭାସିନୀ ଷଡ଼ଙ୍ଗୀ, ଜିଲ୍ଲା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର, ମହାବୀରନଗର ଉନ୍ନୟନ ପରିଷଦର ବରିଷ୍ଠ ନାଗରିକଙ୍କ ସମେତ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର