‘ବନ୍ଦେ ଉତ୍କଳ ଜନନୀ’ ଗାନରେ ଝଙ୍କୃତ ହେଲା କିସ୍‌: ଗାଇଲେ ୪୦ ହଜାର ଛାତ୍ରଛାତ୍ରୀ

ଚନ୍ଦ୍ରଶେଖରପୁର: ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ ହୋଇଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍‍ଘାଟନ ଉତ୍ସବର ଅବ୍ୟବହିତ ପୂର୍ବରୁ କିସ୍‌ କ୍ୟାମ୍ପସ୍‌ରେ ଝଙ୍କୃତ ହୋଇଛି ଓଡ଼ିଶାର ଜାତୀୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’। କିସ୍‌ର ପୃଥକ ପୃଥକ କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀମାନେ ସମବେତ ସ୍ବରରେ ଏହି ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ। ଭୁବନେଶ୍ୱର କ୍ୟାମ୍ପସ୍‌ରେ ୪୦ ହଜାର ଛାତ୍ରଛାତ୍ରୀ ଏହି ସଂଗୀତ ଗାନ କରିଥିଲେ। ଓଡ଼ିଶା ମାନଚିତ୍ର ଉପରେ ଠିଆହୋଇ ଛାତ୍ରଛାତ୍ରୀମାନେ ଏହି ଦେଶାତ୍ମବୋଧ ସଂଗୀତ ଗାନ କରିଥିଲେ। ସେହିଭଳି ବଲାଙ୍ଗୀର, କଳାହାଣ୍ଡି, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ଶାଖା କ୍ୟାମ୍ପସ୍‌ରେ ମଧ୍ୟ ଛାତ୍ରଛାତ୍ରୀମାନେ ସମବେତ ସ୍ବରରେ ଏହି ରାଜ୍ୟ ସଂଗୀତ ଗାନ କରି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଗୌରବ ବୃଦ୍ଧି କରିଥିଲେ।

ସମ୍ବନ୍ଧିତ ଖବର