ପୋଷାକୁକୁରକୁ ହାତରେ ଧରି ଟ୍ରେଡମିଲରେ ଦିଦି, ଭୋଟ ଲଢ଼େଇ ଲାଗି ନିଜକୁ କରୁଛନ୍ତି କି ଫିଟ୍ !

କୋଲକାତା: ଆଜିକାଲି ସୋସିଆଲ ମିଡିଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଏହି ଭିଡିଓରେ ମମତା ବାନାର୍ଜୀ ତାଙ୍କ କୁକୁର ସହିତ ଟ୍ରେଡମିଲରେ ବ୍ୟାୟାମ କରୁଥିବା ନଜର ଆସିଛନ୍ତି। ସେ ତାଙ୍କର ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି ଯେ, ‘କେବେକେବେ ନିଜକୁ ଟିକେ ଅଧିକ ମୋଟିଭେସନ୍ ଦରକାର’। ଏହି ଭିଡିଓରେ ମମତା ବାନାର୍ଜୀ ଶାଢ଼ି ପିନ୍ଧିଛନ୍ତି ଏବଂ ତାଙ୍କ ହାତରେ ସେ କୁକୁରଟିକୁ ଧରିଛନ୍ତି। ସେ କୁକୁରଟି ସହିତ ଟ୍ରେଡମିଲ ଉପରେ ବୁଲୁଥିବାର ନଜର ଆସିଛନ୍ତି। ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୨୧ ହଜାରରୁ ଅଧିକ ଲୋକ ଲାଇକ କରିସାରିଲେଣି।

ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ବିରୋଧୀ ଏକତାକୁ ମଜବୁତ କରିବାରେ ଲାଗି ପଡ଼ିଛନ୍ତି । ଗତ ମାସରେ ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ସାକ୍ଷାତ ପରେ ମମତା ବାନାର୍ଜୀ ଏକ ବିବୃତି ଦେଇଥିଲେ, ଯେଉଁଥିରେ ସେ କହିଥିଲେ ଯେ, ମୁଁ ନୀତୀଶ କୁମାରଙ୍କୁ ଅନୁରୋଧ କରିଛି ଯେ ଜୟପ୍ରକାଶଜୀଙ୍କର ଆନ୍ଦୋଳନ ବିହାରରୁ ଆରମ୍ଭ ହୋଇଥିଲା, ତେଣୁ ଆମେ ବିହାରରେ ଏକ ସର୍ବଦଳୀୟ ସଭା କରିବା ଉଚିତ୍। ଆମକୁ ଏକ ବାର୍ତ୍ତା ପଠାଇବାକୁ ପଡ଼ିବ ଯେ ଆମେ ସମସ୍ତେ ଏକାଠି ଅଛୁ।

 

View this post on Instagram

 

A post shared by Mamata Banerjee (@mamataofficial)

ସମ୍ବନ୍ଧିତ ଖବର