୨୦୦ବର୍ଷ ପୁରୁଣା ମସ୍‌ଜିଦ୍‌ର ଦେଖାଶୁଣା କରୁଛନ୍ତି ବିହାରର ଏହି ଗାଁ ଲୋକେ

ପାଟ୍‌ନା : ଦେଶରେ ଧର୍ମ-ଧର୍ମ ମଧ୍ୟରେ ଲଢ଼େଇ କିଛି ନୂଆ ନୁହେଁ । ଅନେକ ବର୍ଷରୁ ନିଜ ଧର୍ମକୁ ସର୍ବୋଚ୍ଚ ପ୍ରମାଣ କରିବା ପାଇଁ ବିଭିନ୍ନ ଧର୍ମର ଲୋକ ନିଜ ନିଜ ମଧ୍ୟରେ ଯୁଦ୍ଧ କରି ଆସିଛନ୍ତି । କିନ୍ତୁ ଦେଶରେ ଏଭଳି ଅନେକ ସ୍ଥାନ ରହିଛି, ଯେଉଁଠି ଲୋକେ ପ୍ରତି ଧର୍ମକୁ ସମ୍ମାନ ଦେଉଛନ୍ତି । ବିହାରର ନାଳନ୍ଦା ଜିଲ୍ଲାରେ ଥିବା ମାଢ଼ି ଗାଁରେ କୌଣସି ମୁସ୍‌ଲିମ୍‌ ଧର୍ମର ଲୋକ ରହୁ ନଥିଲେ ମଧ୍ୟ ସେଠାରେ ଥିବା ୨୦୦ବର୍ଷ ପୁରୁଣା ମସ୍‌ଜିଦ୍‌ରେ ହିନ୍ଦୁ ଲୋକମାନେ ନମାଜ ପଢ଼ନ୍ତି ବୋଲି ଜଣା ପଡ଼ିଛି ।

Image result for bihar-village-where-hindus-maintain-a-centuries-old-mosque
Khas Khabar

ମସ୍‌ଜିଦ୍‌କୁ ସମ୍ମାନ ଜଣାଇ ନିଜ ଧର୍ମ ବିଷୟରେ ନ ଭାବି ସେଠାରେ ରହୁଥିବା ଲୋକେ ଦିନକୁ ୫ଥର ନମାଜ ପଢ଼ିଥାନ୍ତି । ଏହା ସହ ମସ୍‌ଜିଦ୍‌ର ଦେଖାଶୁଣା ମଧ୍ୟ କରନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଆମେ ଆଜାନ ପଢ଼ି ଜାଣି ନଥିଲେ ମଧ୍ୟ ପ୍ରତିଦିନ ରୀତିନୀତିକୁ ପାଳନ କରିବା ପାଇଁ ପେନ୍‌ଡ୍ରାଇଭ୍‌ ଜରିଆରେ ଆଜାନ ପ୍ଲେ କରାଯାଇଥାଏ । ପୂର୍ବରୁ ଏହି ଗ୍ରାମରେ ମୁସ୍‌ଲିମ୍‌ମାନେ ରହୁଥିଲେ ମଧ୍ୟ ଧିରେ ଧିରେ ସେମାନେ ଅନ୍ୟ ସ୍ଥାନକୁ ଚାଲି ଯାଇଥିଲେ । ସେମାନଙ୍କ ଯିବା ପରେ ମସ୍‌ଜିଦ୍‌ ଦେଖାଶୁଣା ପାଇଁ କେହି ଆଗକୁ ନ ଆସିବାରୁ ଆମ ହିନ୍ଦୁ ଭାଇମାନେ ଆଗକୁ ଆସି ଏହି କାମ କରିଥିଲୁ । ୨୦୦ବର୍ଷ ତଳେ କିଏ ଏବଂ କେଉଁ ସମୟରେ ଏହାକୁ ତିଆରି କରିଥିଲା, ତାହା ଜଣା ପଡ଼ି ନଥିଲେ ମଧ୍ୟ କୌଣସି ଶୁଭ କାମ କରିବାକୁ ଯିବା ପୂର୍ବରୁ ଆମେ ମସ୍‌ଜିଦ୍‌ ଯାଇ ପ୍ରଣାମ ଜଣାଇଥାଉ ।

ସମ୍ବନ୍ଧିତ ଖବର