ଆଲ୍ଲାଉଦ୍ଦିନ୍‌ ଖିଲ୍‌ଜୀ ଥିଲେ ଉଭୟ ଲିଙ୍ଗୀ! ଖିଲ୍‌ଜୀଙ୍କ ମୃତ୍ୟୁର କାରଣ ଥିଲା ତାଙ୍କ ଯୌନ ବିକୃତି !

ଖିଲ୍‌ଜୀ ରାଜବଂଶର ଦ୍ୱିତୀୟ ପରାକ୍ରମୀ ଓ କ୍ଷମତାଶାଳୀ ରାଜା ଥିଲେ ଆଳ୍ଲାଉଦ୍ଦିନ୍‌ ଖିଲ୍‌ଜୀ ଏବେ ଚର୍ଚ୍ଚାରେ। ସଂଜୟ ଲୀଲା ଭଂସାଲୀଙ୍କ ଚଳଚ୍ଚିତ୍ର ‘ପଦ୍ମାବ୍‌ତ’ରେ ଚିତ୍ତୋରର ରାଣୀ ପଦ୍ମାବତୀ (ଦୀପିକା ପାଦୁକୋନ୍‌) ଓ ମୋଗଲ୍‌ ସମ୍ରାଟ୍‌ ଆଲ୍ଲାଉଦ୍ଦିନ୍‌ ଖିଲ୍‌ଜୀ (ରଣବୀର ସିଂ)ଙ୍କର ଏକ ରୋମାଣ୍ଟିକ ଦୃଶ୍ୟ ରହିଛି ବୋଲି ପ୍ରଚାର ହେବା ପରେ ଏହାକୁ ବିରୋଧ ଆରମ୍ଭ ହୋଇଥିଲା। ଇତିହାସ କହେ, ଆଲ୍ଲାଉଦ୍ଦିନ୍‌ଙ୍କର ଶ୍ୱେନ ଦୃଷ୍ଟିରେ ଥିଲା ଚିତ୍ତୋର ଓ ଏହାର ରାଣୀ ପଦ୍ମାବତୀ! ରାଣୀ ପଦ୍ମାବତୀଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇ ଉଠିଥିଲେ ଆଲ୍ଲାଉଦ୍ଦିନ୍‌। ସେଥିପାଇଁ ସେ ଖିଲ୍‌ଜୀ ରାଜବଂଶ ଓ ରାଜପୁତ୍‌ନା ମଧ୍ୟରେ ବନ୍ଧୁତ୍ୱ ସ୍ଥାପନାର ମଧ୍ୟମ ସାଜିବେ ବୋଲି ଛଳନା କରି ଚିତ୍ତୋରର ରାଜା ତଥା ପଦ୍ମାବତୀଙ୍କ ସ୍ୱାମୀ ରାଜା ରାଓ୍ଵଲ ରତନ ସିଂହଙ୍କ ମିତ୍ର ସାଜିଥିଲେ। ହେଲେ, ଅସଲ ଉଦ୍ଦେଶ୍ୟ ଥିଲା, ଚିତ୍ତୋର ଆକ୍ରମଣ କରି ଚିତ୍ତୋରକୁ ଅଧିକାର କରିବା ସହ ଚିତ୍ତୋର ପ୍ରାସାଦରୁ ରାଣୀ ପଦ୍ମାବତୀଙ୍କ ସମେତ ୭୦୦୦ ମହିଳାଙ୍କୁ ଅପହରଣ କରିବା। ହେଲେ, ଚିତ୍ତୋର ଅଧିକାର କରି ରାଣୀ ପଦ୍ମାବତୀଙ୍କ ସମେତ ପ୍ରାସାଦର ଅନ୍ୟ ମହିଳାଙ୍କୁ ଆଲ୍ଲାଉଦ୍ଦିନ୍‌ ଅପହରଣ କରି ନିଜ ‘ହାରେମ୍‌’କୁ ନେବା ପୂର୍ବରୁ ସେମାନେ ସମସ୍ତେ ‘ଜୌହାର’ କୁଣ୍ଡକୁ ଡେଇଁ ସମୂହ ଆତ୍ମାହୂତି ଦେଇ ସତୀ ହୋଇଥିଲେ।

Hindustan Times ( Representational)

ଇତିହାସ କହେ, ଆଳ୍ଲାଉଦ୍ଦିନ୍‌ ଥିଲେ ଯୌନବିକାରଗ୍ରସ୍ତ। ଇତିହାସକାରମାନେ କହନ୍ତି ସେ ଥିଲେ ଉଭୟ ଲିଙ୍ଗୀ! ତାଙ୍କ ‘ହାରେମ୍‌’ରେ ଥିଲେ ୭୦ ହଜାର ପୁରୁଷ, ମହିଳା ଓ ଶିଶୁ। ଯେଉଁମାନଙ୍କୁ ସେ ଦେଉଥିଲେ ଯୌନ ନିର୍ଯାତନା। ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କ ସହ ଯୌନସଂପର୍କ ପାଇଁ ଆଳ୍ଲାଉଦ୍ଦିନ୍‌ ଥିଲେ ମାତ୍ରାଧିକ ଆଗ୍ରହୀ। ସେଥିପାଇଁ ଆଳ୍ଲାଉଦ୍ଦିନ୍‌ ସେ ସମୟରେ ଗୁଜୁରାଟରେ ଥିବା କ୍ରୀତବାସ ବଜାର ‘ବଚ୍ଚା ବାଜି’କୁ ନିୟମିତ ବ୍ୟବଧାନରେ ଯାଇ ଅଳ୍ପ ବୟସର ପୁରୁଷ ପିଲାମାନଙ୍କୁ କିଣି ଆଣିବା ସହ ସେମାନଙ୍କୁ ଦେଉଥିଲେ ଅତ୍ୟନ୍ତ ନିର୍ଦ୍ଦୟ ଓ ନିଷ୍ଠୁର ଯୌନ ନିର୍ଯାତନା। ପ୍ରଥମେ ପ୍ରଥମେ ‘ବଚ୍ଚା ବାଜି’ ଭାରତର ସୀମାନ୍ତ ଅଞ୍ଚଳକୁ ଆମଦାନି ହୋଇଥିଲା ଆଫ୍‌ଗାନିସ୍ଥାନରୁ। ଏଠାରେ ଛୋଟଛୋଟ ପିଲାମାନଙ୍କୁ ଆଣି ବିକ୍ରୟ କରା ଯାଉଥିଲା କ୍ରୀତଦାସ ଏବଂ ପୁରୁଷ ନର୍ତ୍ତକୀ ଭାବେ। ପରେ ଏହା ବ୍ୟାପି ଯାଇଥିଲା ସମଗ୍ର ଦେଶରେ।

Stylewhack

ଏହି କ୍ରମରେ ସେ ତାଙ୍କର ଅତି ପ୍ରିୟ ଓ ଅନ୍ତରଙ୍ଗ ଥିବା ମଲ୍ଲିକ କଫୁରକୁ ମଧ୍ୟ ତା’ ରୂପରେ ଆକୃଷ୍ଟ ହେବାପରେ ତାକୁ କିଣି ଆଣିଥିଲେ ଗୁଜୁରାଟର ସେଇ ‘ବଚ୍ଚା ବାଜି’ରୁ! ପରେ, ନିଜର ମୁଖ୍ୟ ଯୌନସାଥୀ ଓ ମୁଖ୍ୟ ପରାମର୍ଶଦାତା ଭାବେ ମଲ୍ଲିକ କଫୁରକୁ ମୁତୟନ କରିଥିଲେ ଆଲ୍ଲାଉଦ୍ଦିନ୍‌। ହେଲେ, ଯୌନବିକାରଗ୍ରସ୍ତ ଆଲ୍ଲାଉଦ୍ଦିନ୍‌ ନିଜର ମାନସିକ ଭାରସାମ୍ୟ ହରାଇବା ପରେ ଏହି କଫୁର ହିଁ ଆଲ୍ଲାଉଦ୍ଦିନ୍‌ଙ୍କୁ ବିଷ ଦେଇ ହତ୍ୟା କରିବା ସହ ତାଙ୍କ ନାବାଳକ ପୁତ୍ରମାନଙ୍କୁ ହତ୍ୟା କରି ଶାସନଭାର ହାତକୁ ନେଇଥିଲା।

ସମ୍ବନ୍ଧିତ ଖବର