ଦେଖନ୍ତୁ, କି ସୁନ୍ଦର ଭାବେ ଟ୍ରାଫିକ୍‌ ନିୟମ ମାନି ହେଲମେଟ୍ ପିନ୍ଧି ମାଲିକଙ୍କ ବାଇକ୍‌ ପଛରେ ବସି ଯାଉଛି କୁକୁର !

ଚେନ୍ନାଇ: କେନ୍ଦ୍ର ସରକାରଙ୍କ ଦ୍ୱାରା ସଂସଦରେ ସଂଶୋଧିତ ହୋଇଥିବା ନୂତନ ମୋଟରଯାନ ଆଇନ୍‌କୁ ଗତ ବର୍ଷ ସେପ୍ଟେଟର ୧ ତାରିଖଠାରୁ ଦେଶର ପ୍ରାୟତଃ ସବୁ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି। ଏହି ନିୟମ କାର୍ଯ୍ୟକାରୀ ହେବା ପରେ ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧିବା, କାର ଚଳାଇବା ସମୟରେ ସିଟ୍‌ ବେଲଟ ବାନ୍ଧିବା, ଗାଡ଼ିର ସଠିକ୍‌ ଦସ୍ତାବିଜ ରଖିବା ଇତ୍ୟାଦି ବାଧ୍ୟତାମୂଳକ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ମଜାଦାର ଭିଡିଓ ସେ‌ାସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।

Image result for dog-wearing-helmet-bike-riding-tamil-nadu
MSN.com

ଏହି ନିୟମ କଡ଼ାକଡ଼ି ହେବା ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ମଜାଦାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା। କେତେକ ଚାଳକ ନିଜର ସମସ୍ତ ଗାଡ଼ିର କାଜଗପତ୍ରକୁ ଗାଡ଼ି ସାମ୍ନାରେ ନ ହେଲେ ହେଲମେଟ୍‌ ପଛରେ ଲଗାଇ ବୁଲୁଥିବା ଦେଖିବାକୁ ମିଳିଥିଲା। ସେହିପରି କେତେକ ହେଲମେଟ ପିନ୍ଧି ଗାଧୋଉଥିବା ବେଳେ ଆଉ କେତେ ହେଲମେଟ ପିନ୍ଧି ରୋଷେଇ କରୁଥିବା ସହିତ ବିଛଣାରେ ହେଲମେଟ ପିନ୍ଧି ଶୋଉଥିବାର ମଜାଦାର ଦୃଶ୍ୟ ସାମ୍ନାକୁ ଆସିଥିଲା।

ଇତିମଧ୍ୟରେ ସୋସିଆଲ୍‌ ମିଡ଼ିଆରେ କୁକୁରକୁ ହେଲମେଟ୍‌ ପିନ୍ଧାଇ ବାଇକ୍‌ରେ ବୁଲାଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ତାମିଲନାଡୁର ବୋଲି କୁହାଯାଉଛି। ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ନିଜ ପୋଷା କୁକୁରକୁ ହେଲମେଟ୍‌ ପିନ୍ଧାଇ ବାଇକ୍‌ ପଛରେ ବସାଇ ବୁଲାଉଛନ୍ତି। କୁକୁରଟି ବି ଖୁବ୍‌ ସୁନ୍ଦର ଭାବେ ଟ୍ରାଫିକ୍‌ ନିୟମ ମାନି ହେଲମେଟ ପିନ୍ଧି ବାଇକ୍‌ରେ ବସିଛି।

Image result for dog-wearing-helmet-bike-riding-tamil-nadu
India Today

୫୨ ସେକେଣ୍ଡର ଏହି ଭିଡ଼ିଓକୁ ଦେଖିବାକୁ ଲୋକମାନେ ଖୁବ୍‌ ପସନ୍ଦ ବି କରୁଛନ୍ତି। କିଛି ଲୋକ ମାଲିକ ବାଇକରେ ଏପରି ପୋଷା କୁକୁର ବସାଇ ନେଇ ତାର ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରତିକ୍ରିୟା ଦେଇଥିବା ବେଳେ କେହି କେହି ମାଲିକଙ୍କର କୁକୁର ପ୍ରତି ଥିବା ସ୍ନେହ ଏବଂ ଯତ୍ନକୁ ନେଇ ପ୍ରଶଂସା କରୁଛନ୍ତି।

ସମ୍ବନ୍ଧିତ ଖବର