ଝିଟିପିଟି ‘ଗେକୋ’ର ମୂଲ୍ୟ କାହିଁକି ବେଶି ?

ଆଜିକାଲି ଅନେକ ଲୋକ ବିଭିନ୍ନ ପ୍ରକାରର ରୋଗରେ ପୀଡ଼ିତ। କେହି ମଧୁମେହରେ ପୀଡ଼ିତ ତ ପୁଣି କେହି କର୍କଟ ରୋଗରେ ପୀଡ଼ିତ। କେତେକ ଲୋକ ଏଡ୍‌ସ ପାଇଁ ବି ଔଷଧ ଖୋଜିଥା’ନ୍ତି। ଏସବୁ ରୋଗର ପ୍ରତିଷେଧକ ରୋଗ ପାଇଁ ଏକ ଔଷଧ ପ୍ରସ୍ତୁତ କରାଯାଉଛି।ଆପଣ ଜାଣି ବିସ୍ମିତ ହେବେ ଯେ,ଏସବୁ ରୋଗ ପାଇଁ ଯେଉଁ ଔଷଧ ତିଆରି ହେଉଛି, ସେଥିରେ ‘ଗେକୋ’ ନାମକ ଏକ ଝିଟିପିଟିର ପ୍ରମୁଖ ଭୂମିକା ରହିଛି।

ଏହି ଝିଟିପିଟି ଦକ୍ଷିଣ-ପୂର୍ବ ଏସିୟ ଦେଶମାନଙ୍କରେ ମିଳିଥାଏ। ସେହି ଅଞ୍ଚଳର ଲୋକେ ଏହି ଝିଟିପିଟିର ମାଂସରେ ମଧୁମେହ,ନପୁଂସକତା,ଏଡ୍‌ସ ଓ କର୍କଟ ଆଦି ରୋଗର ନିଦାନ ଲାଗି ପାରଂପରିକ ଔଷଧ ପ୍ରସ୍ତୁତ କରୁଛନ୍ତି। ଠିକ୍‌ ସେହିପରି ଚୀନ୍‌ର ପାଂରପାରିକ ଔଷଧରେ ବି ଏହି ଗିକୋ ଝିଟିପିଟିର ମାଂସର ଉପଯୋଗ କରୁଛନ୍ତି। ଏହି କାରଣରୁ ଏହି ପ୍ରଜାତିର ଝିଟିପିଟିର ଚାହିଦା ଏସବୁ ଅଞ୍ଚଳରେ ଖୁବ୍‌ ବଢ଼ିଯାଇଛି। ନିକଟରେ ଭାରତ-ନେପାଳ ସୀମାନ୍ତରେ ଏମ୍‌ଏସବିର ୧୯ ତମ ବାଟାଲିଅନ୍‌ରେ ‘ଗେକୋ’ ନାମକ ଟିଟିପିଟି ଧରିଥିବା ଅଭିଯୋଗରେ କିଛି ଲୋକଙ୍କୁ ଗିରଫ କରାଯାଇଥିଲା ।

ହେଲେ ଆପଣ କ’ଣ ଜାଣନ୍ତି ଯେ,ଏହି ଝିଟିପିଟିର ମୂଲ୍ୟ ଖୁବ୍‌ ଅଧିକ। କୁହାଯାଉଛି ଯେ,ଏହାର ମୂଲ୍ୟ ଦାମିକା ବି ଏମ ଡବ୍ଲୁ କାର୍‌ଠାରୁ ବି ଅଧିକ।

ସମ୍ବନ୍ଧିତ ଖବର