ଗେଲରୁ ତେଲ ! ଭିଡିଓ ବନାଉ ଥିବା ବେଳେ ବୟଫ୍ରେଣ୍ଡ୍ ମୁଣ୍ଡରେ ବାଜିଲା ଗୁଳି, ଯୁବତୀ ଗଲେ ଜେଲ

ମିନିସୋଟା: ଆଜିକା ସମୟରେ ଯୁବପିଢ଼ିଙ୍କୁ ପ୍ରାଙ୍କ୍‌ (ମଜାରେ ଡରାଇବା ଭଳି)ଭିଡିଓ ବନାଇବାର ନିଶା ଘାରିଛି। ୟୁଟୁବ୍‌ରେ ଏମିତି ଅନେକ ଚାନେଲ ଦେଖିବାକୁ ମିଳୁଛି ଯେଉଁଥିରେ ଯୁବପିଢ଼ି ପ୍ରାଙ୍କ୍‌ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏମିତି ଏକ ପ୍ରାଙ୍କ୍‌ ଭିଡିଓ ପ୍ରସ୍ତୁତ କରୁଥିବା ପ୍ରେମୀଯୁଗଳଙ୍କୁ ମହଙ୍ଗା ପଡ଼ିଛି। ପ୍ରାଙ୍କ୍‌ ଭିଡିଓ ତ ପ୍ରସ୍ତୁତ ହୋଇଗଲା କିନ୍ତୁ ଯୁବତୀଙ୍କୁ ତାଙ୍କ ବୟଫ୍ରେଣ୍ଡକୁ ହରାଇବା ସହିତ ଜେଲଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିଛି।

ସୂଚନାଯୋଗ୍ୟ, ଆମେରିକାର ମିନିସୋଟାରେ ବସବାସ କରୁଥିବା ୨୦ବର୍ଷର ମୋନାଲିସା ପେରେଜ ଓ ତାଙ୍କ ବୟଫ୍ରେଣ୍ଡ ପେଡରୋ ରୁଇଜ୍‌ ମିଶି ୟୁଟୁବ୍‌ରେ ପ୍ରାଙ୍କ୍‌ ଭିଡିଓ ପ୍ରସ୍ତୁତ କରିଥିଲେ। ଦୁହେଁ ଜୁନ୍‌ମାସରେ ଏଭଳି ଏକ ପ୍ରାଙ୍କ୍‌ ଭିଡିଓ ପ୍ରସ୍ତୁତ କରିବା ପାଇଁ ଚିନ୍ତା କରିଥିଲେ । ଏହି ଭିଡିଓରେ ପେଡରୋ ନିଜ ହାତରେ ଏକ ବହି ଧରି ଛିଡା ହେବେ ଓ ମୋନାଲିସା ତାଙ୍କ ଉପରେ ଗୁଳି ଚଳାଇବେ ବୋଲି ଯୋଜନା କରିଥିଲେ। ଏହି ପ୍ରାଙ୍କ୍‌ ଭିଡିଓ ସମ୍ପର୍କରେ ମୋନାଲିସା ନିଜ ଟୁଇଟର ଆକାଉଣ୍ଟରେ ବି ସୋୟାର କରିଛନ୍ତି।

ମୋନାଲିସା ନିଜ ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି, ‘ଏହି ପ୍ରାଙ୍କ୍‌ ଭିଡିଓ ବନାଇବାର ଲକ୍ଷ୍ୟ ତାଙ୍କ ବୟଫ୍ରେଣ୍ଡ ପେଡରୋଙ୍କ ଥିଲା। ଦୁହେଁ ଯେତେବେଳେ ଏହି ପ୍ରାଙ୍କ୍‌ ଭିଡିଓ ରେକର୍ଡ କରିଥିଲେ ଏତେ ବଡ଼ ଅଘଟଣ ଘଟିଯିବ ବୋଲି ଆଶା ବି କରି ନଥିଲେ। ମୋନାଲିସା ଯେତେବେଳେ ବନ୍ଧୁକରୁ ଗୁଳି ଚଳାଇଥିଲେ ଗୁଳି ବୟଫ୍ରେଣ୍ଡ ପେଡରୋ ଧରିଥିବା ପୁସ୍ତକ ଦେଇ ତାଙ୍କ ମସ୍ତକରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ହିଁ ପେଡରୋଙ୍କ ମୃତ୍ୟୁ ହୋଇଯାଇଥିଲା।

ମୋନାଲିସା ନିଜ ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି, ‘ଏହି ପ୍ରାଙ୍କ୍‌ ଭିଡିଓ ବନାଇବାର ଲକ୍ଷ୍ୟ ତାଙ୍କ ବୟଫ୍ରେଣ୍ଡ ପେଡରୋଙ୍କ ଥିଲା। ଦୁହେଁ ଯେତେବେଳେ ଏହି ପ୍ରାଙ୍କ୍‌ ଭିଡିଓ ରେକର୍ଡ କରିଥିଲେ ଏତେ ବଡ଼ ଅଘଟଣ ଘଟିଯିବ ବୋଲି ଆଶା ବି କରି ନଥିଲେ। ମୋନାଲିସା ଯେତେବେଳେ ବନ୍ଧୁକରୁ ଗୁଳି ଚଳାଇଥିଲେ ଗୁଳି ବୟଫ୍ରେଣ୍ଡ ପେଡରୋ ଧରିଥିବା ପୁସ୍ତକ ଦେଇ ତାଙ୍କ ମସ୍ତକରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ବୟଫ୍ରେଣ୍ଡଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣା ପରେ ମୋନାଲିସାଙ୍କ ଉପରେ ତାଙ୍କ ବୟଫେଣ୍ଡ ପେଡରୋଙ୍କୁ ହତ୍ୟା କରିଥିବା ଅଭିଯୋଗ ଲାଗିଥିଲା। ଏଥିପାଇଁ ମୋନାଲିସାଙ୍କୁ ତିନିମାସ ଜେଲଦଣ୍ଡ ସହିତ ତିନିମାସ ପର୍ଯ୍ୟନ୍ତ ଘରେ ନଜରବନ୍ଦୀ ରଖାଯାଇଥିଲା। ମୋନାଲିସା ପେଡରୋଙ୍କ ସନ୍ତାନର ମା’ ହେବାକୁ ଯାଉଛନ୍ତି। ସମ୍ପ୍ରତି ସେ ଅନ୍ତସତ୍ତ୍ୱା ଅଛନ୍ତି।

 

ସମ୍ବନ୍ଧିତ ଖବର