ଭାରତୀୟ ବଜାରରେ ଭିଭୋ ଭି-୭ ବ୍ଲୁ ଭ୍ୟାରିଆଣ୍ଟ : ଶକ୍ତିଶାଳୀ କ୍ୟାମେରା ସହ ଲମ୍ବା ଡିସପ୍ଲେର ସମାହାର

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋର ଫ୍ଲାଗସିପ୍‌ ସ୍ମାର୍ଟଫୋନ୍‌ ଭି-୭ ର ବ୍ଲୁ କଲର ଭ୍ୟାରିଆଣ୍ଟ ଭାରତୀୟ ବଜାରରେ ଲଞ୍ଚ୍‌ ହୋଇଛି । ଏହାର ମୂଲ୍ୟ ୧୮,୯୯୦ ଟଙ୍କା ରହିଛି। ଗ୍ରାହକଙ୍କ ସେଲ୍‌ଫି କ୍ରେଜ୍‌କୁ ଦୃଷ୍ଟିରେ ରଖି ଏହି ଫୋନଟି ନିର୍ମାଣ କରାଯାଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ପୂର୍ବରୁ ଭି୭ର ଦୁଇଟି କଲର ଯଥା ସାମ୍ପେନ ଗୋଲ୍ଡ ଓ ମେଟ୍‌ ବ୍ଲାକ୍‌ରେ ମିଳୁଥିବାବେଳେ ଏବେ ସେଥିରେ ଏହି ଏନର୍ଜେଟିକ୍‌ ବ୍ଲୁ ଭାରିଆଣ୍ଟଟି ଯୋଗ ଦେଇଛି । ତେବେ ଏହି ନୂଆ ବ୍ଲୁ କଲର ଭାରିଆଣ୍ଟର ଇଣ୍ଟରନାଲ ସ୍ପେଶିଫିକେସନ ଓ ଫିଚର ଗୁଡିକ ପ୍ରାୟ ସମାନ ରହିଛି । ଏହାର ଏକ ୫.୭ ଇଞ୍ଚ୍‌ ଫୁଲଭିଉ ଡିସପ୍ଲେ, ୧୪୪୦x୭୨୦ ପିକ୍ସେଲର ରିଜୋଲ୍ୟୁସନ, ସ୍ନାପଡ୍ରାଗନ ୪୫୦ ପ୍ରୋସେସର ରହିଛି । ଏହାର ବ୍ୟାଟେରୀ କ୍ଷମତା ୩୦୦୦ ଏମଏଏଚ୍‌ ଥିବାବେଳେ ୪ ଜିବି ର‍୍ୟାମ ରହିଛି । ଏହାର ୨୪ ମେଗାପିକ୍ସେଲ ଫ୍ରଣ୍ଟ  କ୍ୟାମେରା  ଏବଂ ୧୬ ମେଗାପିକ୍ସେଲ ରିଅର କ୍ୟାମେରା ଓ ଏଲଇଡି ଫ୍ଲାସ୍‌ ରହିଛି ।

ଭି-୭  ସ୍ମାର୍ଟଫୋନ୍‌ର ବ୍ଲୁ ରଙ୍ଗର ବଜାର ପ୍ରବେଶ ସହିତ ଭିଭୋ ସାମ୍ପ୍ରତିକ ଜ୍ଞାନକୌଶଳରେ ଏକ ନୂତନ କ୍ଷେତ୍ର ସୃଷ୍ଟି କରିବା ସହିତ ବଡ଼ଦିନ ଅବସରରେ ଗ୍ରାହକଙ୍କୁ ଏହା ଆକର୍ଷିତ କରିବାକୁ ସକ୍ଷମ ହେବ। ନିଜ ପ୍ରିୟ ପରିଜନଙ୍କୁ ଉପହାର ଦେବା ପାଇଁ ଏହା ଏକ ଉପଯୁକ୍ତ ଉପହାର ସାବ୍ୟସ୍ତ ହେବ ବୋଲି କହିଛନ୍ତିଭିଭୋ ଇଣ୍ଡିଆର ସିଏମ୍‌ଓ ଶ୍ରୀ କେନି ଜେଙ୍ଗ୍‌ ।

୨୦୧୪ ମସିହାରେ ଭାରତରେ କାରବାର ଆରମ୍ଭ କରିଥିବା ଭିଭୋର ଏବେ ସାରା ଦେଶରେ ୪୦୦ରୁ ଅଧିକ ସର୍ଭିସ୍‌ ସେଣ୍ଟର ରହିଛି। ଏହା ମୁଖ୍ୟତଃ କ୍ୟାମେରା ଓ ମ୍ୟୁଜିକ୍‌କୁ ଗୁରୁତ୍ୱ ପ୍ରଦାନ କରିଥାଏ । ଭିଭୋ ଏବଂ ଏହାର ସହଯୋଗୀ କମ୍ପାନି ଓପୋ ଭାରତରେ ଦ୍ରୁତ ଅଭିବୃଦ୍ଧିଶୀଳ ମୋବାଇଲ କମ୍ପାନୀ ଭାବରେ ଖ୍ୟାତି ହାସଲ କରିଛନ୍ତି ।

ସମ୍ବନ୍ଧିତ ଖବର