ଟ୍ରେଡ୍‌ମିଲରେ ଚାଲି ପୁଲଓ୍ଵାମା ସହିଦ୍‌ଙ୍କ ଚିତ୍ର ଆଙ୍କିଲେ ହାଇଦ୍ରାବାଦ୍‌ର ଏହି ଯୁବକ, ସୃଷ୍ଟି କଲେ ବିଶ୍ୱ ରେକର୍ଡ

ହାଇଦ୍ରାବାଦ୍‌ : ଫେବୃଆରୀ ୧୪ରେ ପୁଲଓ୍ଵାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ଭାରତର ୪୦ରୁ ଊର୍ଧ୍ବ ଯବାନ ସହିଦ୍‌ ହୋଇଥିଲେ । ସେମାନଙ୍କର ଅବଦାନକୁ ସମ୍ମାନ ଜଣାଇ ଟ୍ରେଡ୍‌ମିଲରେ ଚାଲି ଚାଲି ଜଣେ ଚିତ୍ରଶିଳ୍ପୀ ସହିଦ୍‌ ଯବାନମାନଙ୍କ ଚିତ୍ର ଆଙ୍କିଥିବା ଜଣା ପଡ଼ିଛି । ଏଭଳି କରି ସେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ୍‌ରେ ନିଜର ନାଁକୁ ସାମିଲ କରି ପାରିଛନ୍ତି ।

Image result for hyderabad-artist-sets-guinness-record-by-painting-pulwama-attack-martyrs-while-walking-on-treadmill
MyNation

ହର୍ଷଙ୍କ କହିବା ଅନୁଯାୟୀ, ଯେଉଁମାନେ ପୁଲଓ୍ଵାମା ଆକ୍ରମଣରେ ନିଜର ଜୀବନ ହରାଇଥିଲେ ସେମାନଙ୍କର ଚିତ୍ର ମୁଁ ଆଙ୍କିଥିଲି । ଟ୍ରେଡ୍‌ମିଲରେ ଚାଲି ଚାଲି ମୁଁ ଏହାକୁ ଆଙ୍କିଥିବା ବେଳେ ମୋତେ ଏହାକୁ ଶେଷ କରିବା ପାଇଁ ୪୫ମିନିଟ୍‌ ସମୟ ଲାଗିଥିଲା । ଯାହା ପରେ ମୋ ନାଁ ଲିମ୍‌କା ବୁକ୍‌ ଏବଂ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସାମିଲ ହୋଇଛି । ଏବେ ମୁଁ ୨୦୨୦ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଲଣ୍ଡନରେ ୪୫ମିନିଟ୍‌ ମଧ୍ୟରେ ଟ୍ରେଡ୍‌ମିଲରେ ଚାଲି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ଚିତ୍ର ଆଙ୍କିବା ପାଇଁ ମୁଁ ଏବେ ପ୍ରସ୍ତୁତି ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର