ଆଲାଦ୍ଦିନ ଭଳି କିପରି ଏକ କାର୍ପେଟ ସାହାଯ୍ୟରେ ଉଡ଼ି ପାରୁଛନ୍ତି ଏହି ବ୍ୟକ୍ତି ଦେଖନ୍ତୁ

ନୂଆଦିଲ୍ଲୀ: ଆପଣ କେବେ ଆଲାଦ୍ଦିନ ଏବଂ ତାଙ୍କ ଜିନିର କାହାଣୀ ପଢ଼ିଥିବେ ଯଦି ତେବେ ନିଶ୍ଚିତ ଭାବରେ ଯାଦୁ ଜଗତ ପ୍ରତି ଆଗ୍ରହ ରଖିଥିବେ। ଆଲାଦ୍ଦିନ ପାଖରେ ଏକ ଯାଦୁର କାର୍ପେଟ ଥିଲା । ଯାହା ସାହାଯ୍ୟରେ ଆଲାଦ୍ଦିନ ଶୀଘ୍ର ଯେକୌଣସି ସ୍ଥାନରେ ପହଞ୍ଚି ପାରୁଥିଲା। ।  ଏହି ସମସ୍ତ ଯାଦୁର କଥା ଆଲାଦ୍ଦିନର କାହାଣୀର ଏକ ଅଂଶ । କିନ୍ତୁ ନିକଟ‌ରେ ଦୁବାଇର ରାସ୍ତାରେ ବାସ୍ତବରେ ଆଲାଦ୍ଦିନ ଭଲି ଜଣେ ବ୍ୟକ୍ତି ଉଡୁଥିବା ଦେଖିବାକୁ ମିଳୁଛି । ଏହି ଦୃଶ୍ୟ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ବ୍ୟକ୍ତି ଜଣକ ଏକ କାର୍ପେଟ ସାହାଯ୍ୟରେ ଉଡୁଥିବା ଭିଡିଓ ଦେଖି ସୋସିଆଲ ମିଡିଆରେ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ରଶ୍ନ କରୁଛନ୍ତି କି ବାସ୍ତବରେ କ’ଣ ଏହା ଯାଦୁର କାର୍ପେଟ? ଯେଉଁଥିରେ ବସି ବ୍ୟକ୍ତି ଜଣକ ଉଡ଼ି ପାରୁଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି ଆଲାଦ୍ଦିନ ପରି ପୋଷାକ ପିନ୍ଧି ରାସ୍ତାରେ ଏକ କାର୍ପେଟ ସାହାଯ୍ୟରେ ଉଡ଼ି ଯାଉଛନ୍ତି | ବ୍ୟକ୍ତିଙ୍କୁ ଉଡ଼ୁଥିବା ଦେଖି କିଛିଲୋକ ସ୍ତବ୍ଧ ହୋଇ ଚାହିଁ ରହିଥିବା ବେଳେ ଆଉ କିଛି ଜଣ ଏହାର ଭିଡିଓ ମଧ୍ୟ କରିଥିଲେ।

ଏହି ଭିଡିଓରେ ଦେଖିବାକୁ ମିଳୁଥିବା ବ୍ୟକ୍ତି ଜଣକ ୟୁଟୁବର RhyzOrDie, ଯିଏ ଆରବିୟାନ୍ ନାଇଟ୍ ଥିମ୍ ପାଇଁ ବିଷୟବସ୍ତୁ ତିଆରି କରନ୍ତି। ଏହି ଏପିସୋଡରେ ସେ ମ୍ୟାଜିକ୍ କାର୍ପେଟର ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ସେ ନିଜେ ଆଲାଦ୍ଦିନ ଭଳି ପୋଷାକ ପିନ୍ଧିବା ସହିତ ଧଳା ଏବଂ ସୁନେଲି ରଙ୍ଗର ପଗଡି ବାନ୍ଧିଛନ୍ତି। ଆଉ ଏକ କାର୍ପେଟ ସାହାଯ୍ୟରେ ଉଡୁଥିବା ଦେଖିବାକୁ ମିଳୁଛନ୍ତି।

ସମ୍ବନ୍ଧିତ ଖବର