ଗୋବିନ୍ଦଙ୍କ ଜାମିନ ପାଇଁ ଲଢୁଛନ୍ତି ବିଜେପି ନେତା : ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ଅଭିଯୋଗ

ଭୁବନେଶ୍ବର : ମମିତା ପ୍ରସଙ୍ଗକୁ ନେଇ ବିରୋଧୀ ବିଧାନସଭା ହୁଲୁସ୍ତୁଲ କରୁଛନ୍ତି । ଖାସକରି ଗୃହରେ ବିଜେପି ସଦସ୍ୟ ମାନେ ପ୍ରବଳ ହଟ୍ଟଗୋଳ କରୁଛନ୍ତି । ଯେଉଁଥିପାଇଁ ଦୀର୍ଘ ୬ ଦିନ ହେବ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରୁନି । ଏହି ପ୍ରସଙ୍ଗରେ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରିବା ଦାବିରେ ଅଡି ବସିଛନ୍ତି ବିରୋଧୀ । କିନ୍ତୁ ବିଜେପିର ଏଭଳି ବିରୋଧକୁ ନେଇ ସାଂଘାତିକ ଅଭିଯୋଗ ଆଣିଛି ବିଜେଡି । ପ୍ରେସମିଟ୍ କରି ବିଜେପିର ଦୋମୁହାଁ ନୀତିକୁ ପଦାରେ ପକାଇଛି ବିଜେଡି । ମମିତା ପ୍ରସଙ୍ଗରେ ବିଜେପି କିଭଳି ଦୋମୁହାଁ ନୀତି ଆପଣାଇଛି ତାହାର ପ୍ରମାଣ ଦେଇଛି ବିଜେଡି । ଗୋଟିଏ ପଟେ ମମିତା ପ୍ରସଙ୍ଗରେ ବିଜେପି ବିଧାନସଭା ଚଲାଇ ଦେଉନଥିବା ବେଳେ ଅନ୍ୟପଟେ ମମିତା ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁଙ୍କୁ ଜାମିନ ଦେବାକୁ ବିଜେପି ନେତା ଉଦ୍ୟମ କରୁଥିବା କହିଛି ବିଜେଡି । ଆଉ ଏହାର ପ୍ରମାଣ ମଧ୍ୟ ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି ବିଜେଡି ।

ମମିତା ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ହେଉଛନ୍ତି ମୋହନ ଲାଲ ଶର୍ମା । ତେବେ ଏହି ମୋହନ ଲାଲ ହେଉଛନ୍ତି ବିଜେପିର ଜଣେ ସକ୍ରିୟ ନେତା । ବିଜେପିର ଅନେକ ବଡ ବଡ ନେତାଙ୍କ ସହ ମୋହନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପିର ଟାଣୁଆ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଅନେକ କାର୍ଯ୍ୟକ୍ରମରେ ମୋହନଙ୍କୁ ଦେଖିବାକୁ ମିଳିଛି । ଏପରିକି ବିଜେପି ପୋଷ୍ଟରରେ ସେ ଶୁଭେଚ୍ଛା ବାର୍ତ୍ତା ଦେଉଥିବାର ଦେଖାଯାଇଛି । ୨୦୦୯ ଓ ୨୦୧୯ରେ କଣ୍ଟାବାଞ୍ଝିରୁ ବିଜେପି ପ୍ରାର୍ଥୀ ହେବା ଲାଗି ମଧ୍ୟ ଦୌଡରେ ଥିଲେ ମୋହନ । କିନ୍ତୁ ଏବେ ମମିତା ହତ୍ୟା ମାମଲାର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କିଭଳି ଜାମିନ ମିଳିବ ସେ ବାବଦରେ ଉଦ୍ୟମ କରୁଛନ୍ତି ।

ସମ୍ବନ୍ଧିତ ଖବର