ବାପାଙ୍କ ମୃତ୍ୟୁ ହୋଇଯାଇଥିବା ଜାଣି ବି ରାତିସାରା ପାଠପଢ଼ି ସକାଳେ ପରୀକ୍ଷା ଦେଇଥିଲେ ପୁଅ, ପରେ ଘରକୁ ଯାଇ କରିଥିଲେ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଦେବାସ ନଗରରେ ରହୁଥିବା ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କ ସହିତ ଯାହା ଘଟିଛି ତାହା କାହାରି ସହିତ ନଘଟୁ ବୋଲି ଲୋକେ କହୁଛନ୍ତି।

ଦ୍ବାଦଶଶ୍ରେଶୀରେ ପାଠପଢ଼ୁଥିବା ଦେବେନ୍ଦ୍ରଙ୍କ ବାପାଙ୍କ ନାମ ହେଉଛି ଜଗଦିସ୍ ସୋଲଙ୍କି। ଜଗଦିସଙ୍କ ଗତ ୧ତାରିଖ ଦିନ ଦେହ ଖରାପ ହୋଇଥିଲା । ସଙ୍ଗେସଙ୍ଗେ ପୁଅ ଦେବେନ୍ଦ୍ର ଚିକିତ୍ସା ପାଇଁ ବାପ‌ାଙ୍କୁ ହସ୍ପିଟାଲ ନେଉଥିବା ବେଳେ ବାଟରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ହସ୍ପିଟାଲ ପହଞ୍ଚିବା ପରେ ଡାକ୍ତର ଜଗଦିସଙ୍କୁ ମୃତ ଘୋଷଣା କରିଥିଲେ।

ଏହାପରେ ପୁଅ ଉପରେ ଦୁଃଖର ପାହାଡ ଛିଣ୍ଡି ପଡ଼ିଥିଲା। ସେ କ’ଣ କରିବ କିଛି ବୁଝି ପାରି ନଥିଲା। କାରଣ ରାତି ପାହିଲେ ଦେବେନ୍ଦ୍ରଙ୍କ ଦ୍ବାଦଶ ପରୀକ୍ଷା ଥିଲା ବେଳେ ତା’ ମୁଣ୍ଡ ଉପରୁ ବାପାଙ୍କ ହାତ ସବୁଦିନ ପାଇଁ ହଟି ଯାଇଥିଲା। ଏଭଳି ପରିସ୍ଥିତିରେ ସେ ମନକୁ ବୁଝାଇ ଥିଲା। ବାପା ସିନା ତାକୁ ଛାଡ଼ି ଚାଲିଗଲେ ସେ ପାଠପଢ଼ି ମଣିଷ ହୋଇ ବାପାଙ୍କ ଇଚ୍ଛାକୁ ପୁରଣ କରିବା ବୋଲି ନିଷ୍ପତ୍ତି ନେଇଥିଲେ।

ଦୁଃଖ ଓ କଷ୍ଟ ଲାଗୁଥିଲେ ବି ରାତିସାରା ମନ ଦେଇ ପାଠପଢ଼ି ଦେ‌ବେନ୍ଦ୍ର ସକାଳୁ ଉଠି ପରୀକ୍ଷା ଦେବାକୁ ଯାଇଥିଲେ। ଆଉ ପରୀକ୍ଷା ସରିବା ପରେ ଘରେ ପହଞ୍ଚି ରୀତିନୀତି ଅନୁସାରେ ସେ ବାପାଙ୍କ ଅନ୍ତିମ ସଂସ୍କାର କରିଥିଲେ।‌ ଦେବେନ୍ଦ୍ରଙ୍କ ଏହି କାମ ଏବେ ଚର୍ଚ୍ଚାରେ ରହିଛି। ଲୋକେ ତାଙ୍କ ଧୌର୍ଯ୍ୟକୁ ଭୁରିଭୁରି ପ୍ରଶଂସା କରୁଛନ୍ତି।

ସମ୍ବନ୍ଧିତ ଖବର