ଶିଶୁକୁ ନାଗସାପ ଦାଉରୁ ବଞ୍ଚାଇଲେ ଦୁଇଟି ପୋଷାକୁକୁର, ଜଣେ ଜୀବନକୁ ବାଜି ଲଗାଇଥିବା ବେଳେ ଅନ୍ୟଜଣେ ସବୁଦିନ ପାଇଁ ହରାଇଲା ନିଜ ଦୃଷ୍ଟିଶକ୍ତି

ନୂଆଦିଲ୍ଲୀ: କୁକୁରକୁ ମଣିଷର ସବୁଠାରୁ ଭଲ ସାଥୀ ବୋଲି କୁହାଯାଇଥାଏ। ସମୟ ଆସିଲେ କୁକୁର ବି ତାର ବନ୍ଧୁ ପଣିଆ ଦେଖାଇ ଦେଇଥାଏ। ଏମିତି କି ନିଜ ମାଲିକ ପାଇଁ ସେ ଜୀବନକୁ ବାଜି ଲଗାଇ ଦେଇଥାଏ। ନିକଟରେ କୁକୁର ଓ ମଣିଷକୁ ନେଇ ଏକ ଅଦ୍ଭୁତ ଉଦାହରଣ ଦେଖିବାକୁ ମିିଳିଛି। ଫିଲିପିନ୍ସର କିଦାପାଓ୍ଵନ ସହରରେ ଦୁଇଟି କୁକୁର ଏକ ଶିଶୁକୁ ବିଷଧର ସାପ (ନାଗସାପ)କବଳରୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ।

ସୂଚନାଯୋଗ୍ୟ, ଘରେ ଏକ ବର୍ଷର ଶିଶୁ Skyeରେ ଶୋଇ ରହିଥିଲା। ଏହି ସମୟରେ ଏକ ନାଗସାପ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ଦୁଇଟି ପୋଷାକୁକୁର ମୋକ୍ସି ଓ ମାଇଲି ଦେଖିବାକୁ ପାଇଥିଲା। ଦୁହେଁ ସାପକୁ ରୋକିବା ପାଇଁ ଚେଷ୍ଟା କରିଥିଲା। ଏଥିପାଇଁ ସେ ନିଜ ଜୀବନକୁ ତିଳେ ମାତ୍ର ଖାତିର ନକରି ନାଗସାପ ସହିତ ଲଢ଼ିବାକୁ ଆରମ୍ଭ କରି ଦେଇଥିଲେ।

ଘର ବାହାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳୁଛି କି କିପରି ଦୁଇଟି କୁକୁର ନାଗ ସାପକୁ ଶିଶୁ ଆଡକୁ ତିଳେ ମାତ୍ର ଯିବାକୁ ଦେଉ ନାହାନ୍ତି। ତାକୁ ଦୂରକୁ ଭଗାଇବା ପାଇଁ ଚେଷ୍ଟା କରୁଛନ୍ତି। ଶେଷରେ ମୋକ୍ସି ଓ ମାଇଲ ଆକ୍ରମଣରେ ସାପର ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ଦୁଃଖର ବିଷୟ ସର୍ପ ଦଂଶନ ହେତୁ ମାଇଲ ନାମକ କୁକୁରର ବି ମୃତ୍ୟୁ ହୋଇଯାଇଥିଲା ବେଳେ ମୋକ୍ସି ତାର ଦୃଷ୍ଟିଶକ୍ତି ହରାଇ ଦେଇଥିଲା।

ସମ୍ବନ୍ଧିତ ଖବର