କଳିଙ୍ଗ ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ

ଭୁବନେଶ୍ବର:  ସ୍ୱାସ୍ଥ୍ୟ ବିଭାଗର ଡ୍ରଗ୍ସ କଣ୍ଟ୍ରୋଲ ଶାଖା ପକ୍ଷରୁ କଳିଙ୍ଗ ହସ୍ପିଟାଲରେ ଚଢାଉ କରାଯାଇଛି । ଚଢାଉ ସମୟରେ ୬ଟି ଏଭଳି ସାମଗ୍ରୀ ଜବତ କରାଯାଇଛି ଯାହାର ଟେଷ୍ଟ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ନାହିଁ ହସ୍ପିଟାଲ କର୍ତ୍ତୃପକ୍ଷ । ମିଳିଥିବା ସୂଚନା ମୁତାବକ, ଚଢାଉ ବେଳେ ରୋଗୀଙ୍କୁ ଦିଆଯାଉଥିବା ନିମ୍ନମାନର ଔଷଧ ଜବତ ହୋଇଛି । ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ୩ ଜଣ ଅଧିକାରୀ କଳିଙ୍ଗ ହସ୍ପିଟାଲ ଉପରେ ଆଜି ଅଚାନକ୍ ଚଢାଉ କରିବା ସହ ଏହି ସାମଗ୍ରୀ ସବୁ ଜବତ କରିଥିଲେ ।

ଏହାପୂର୍ବରୁ ବିଧାୟକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲର କର୍ତ୍ତୃପକ୍ଷ ଦୁର୍ବ୍ୟବହାର କରିବା ସହ ବିବାଦ ଘେରକୁ ଆସିଥିଲେ । ଯେଉଁଥିପାଇଁ ପରବର୍ତ୍ତୀ ସମୟରେ କଳିଙ୍ଗ ହସ୍ପିଟାଲକୁ ବହୁମୂଲ୍ୟ ଦେବାକୁ ପଡିଥିଲା । ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ୍ ପଡିଥିଲା କଳିଙ୍ଗ ହସ୍ପିଟାଲ । ବିଧାୟକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ବିଧାନସଭାରେ ଉଠିବାରୁ ଏହା ଉପରେ ବାଚସ୍ପତି ରୁଲିଂ ଦେଇଥିଲେ । ପରେ ସ୍ୱାସ୍ଥ୍ୟ ବିଭାଗର ୪ ଜଣିଆ କମିଟି ଏହା ଉପରେ ତଦନ୍ତ କରି ରିପୋର୍ଟ ଦେବା ପରେ କଳିଙ୍ଗ ହସ୍ପିଟାଲ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ସେହିପରି  ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାଭୁକ୍ତ ଅନ୍ୟ ସମସ୍ତ ଘରୋଇ ହସ୍ପିଟାଲ ଓଏସଟିଏଫ ମାର୍ଗଦର୍ଶିକାକୁ ନିୟମାନୁସାରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର