ବାଲେଶ୍ୱର: ଡଗରା ବେଳାଭୂମିର ଝାଉଁ ବଣରେ ଯୁବକ-ଯୁବତୀଙ୍କ ମୃତଦେହ ଠାବ

ବାଲିଆପାଳ: ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ବେଳାଭୂମିରେ ଥିବା ଝାଉଁ ବଣରୁ ଶୁକ୍ରବାର ଯୁବକ-ଯୁବତୀଙ୍କର ମୃତଦେହ ଠାବ ହୋଇଛି। ଝାଉଁ ବଣରେ ଯୁବକ ଯୁବତୀଙ୍କର ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ପୁଲିସ ସୂଚନା ଦେଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣାସ୍ଥଳକୁ ପହଂଚି ନାହିଁ। ମାତ୍ର ପାରିପାାର୍ଶ୍ୱିକ ଅବସ୍ଥାରୁ ଏହା ଆତ୍ମହତ୍ୟା ବୋଲି ଜଣାପଡୁଛି।

ସମ୍ବନ୍ଧିତ ଖବର