୩ୟ ଦିନିକିଆ ବି ବର୍ଷାରେ ଧୋଇଗଲା, ନ୍ୟୁଜିଲାଣ୍ଡ ୧-୦ରେ ସିରିଜ ବିଜୟୀ

ଖ୍ରୀଷ୍ଟଚର୍ଚ୍ଚ : ଭାରତ-ନ୍ୟୁଜିଲାଣ୍ଡି ସିରିଜରେ ପୁଣି ଖଳନାୟକ ସାଜିଛି ବର୍ଷା । ଆଜି ୩ୟ ତଥା ଚୂଡ଼ାନ୍ତ ଦିନିକିଆ ମ୍ୟାଚ ଖ୍ରୀଷ୍ଟଚର୍ଚ୍ଚର ହେଗଲେ ଓଭାଲଠାରେ ଖେଳାଯାଉଥିବାବେଳେ ବର୍ଷା ଯୋଗୁଁ ମ୍ୟାଚ ଅମିମାଂସିତ ଭାବେ ଶେଷ ହୋଇଥିଲା । ଏହା ସହିତ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜକୁ ୧-୦ରେ ଜିତି ନେଇଛି ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୪୭.୩ ଓଭରରେ  ୨୧୯ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଓ୍ବାସିଂଟନ ସୁନ୍ଦର ୫୧ରନ ଓ ଶ୍ରେୟସ ଆୟର ୪୯ ରନ କରିଥିଲେ ।

ଏହାର ଜବାବରେ ନ୍ୟୁଜିଲାଣ୍ଡର ଓପନରମାନେ ଭଲ ଆରମ୍ଭ କରିଥିଲେ । ଦୁଇ ଓପନର ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୭ ରନ ଯୋଗ କରିଥିଲେ । ତେବେ ଉମରାନ ମଲ୍ଲିକ୍ ଫିନ ଆଲେନଙ୍କ ଓ୍ବିକେଟ ନେଇଏହି ପାର୍ଟନରସିପକୁ ଭାଙ୍ଗିଥିଲେ । ନ୍ୟୁଜିଲାଣ୍ଡ ୧୮ ଓଭରରେ ୧ ଓ୍ବିକେଟ ହରାଇ ୧୦୪ ରନ କରିଥିବାବେଳେ ବର୍ଷା ହୋଇଥିଲା । ଫଳରେ ମ୍ୟାଚ ଅମିମାଂସିତ ଭାବେ ଶେଷ ହୋଇଥିଲା ।

ଏହି ସିରିଜର ପ୍ରଥମ ମ୍ୟାଚକୁ ନ୍ୟୁଜିଲାଣ୍ଡ ୭ ଓ୍ବିକେଟରେ ଜିତିନେଇଥିଲା । କିନ୍ତୁ ୨ ୟ ଓ ୩ୟ ମ୍ୟାଚରେ ବର୍ଷା ବାଧକ ସାଜିଥିଲା ।

ସେହିପରି ଏହା ପୂର୍ବରୁ ଖେଳାଯାଇଥିବା ଟି-୨୦ ସିରିଜରେ ବି ପ୍ରଥମ ଓ ୩ୟ ମ୍ୟାଚରେ ବର୍ଷା ବାଧକ ସାଜିଥିଲା ।

ସମ୍ବନ୍ଧିତ ଖବର