ଟି-୨୦ ବିଶ୍ବକପ୍ ୨ୟ ସେମି-ଫାଇନାଲ : ଇଂଲଣ୍ଡ ଆଗରେ ୧୬୯ ରନର ଲକ୍ଷ୍ୟ ରଖିଲା ଭାରତ

ଆଡିଲେଡ୍ : ଆଡିଲେଡ୍ ଓଭାଲଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପ ୨ୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଆଗରେ ୧୬୯ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତ ଆରମ୍ଭରୁ କେଏଲ ରାହୁଲଙ୍କ ଓ୍ବିକେଟ ହରାଇଥିଲେ ବି ରୋହିତ ଶର୍ମା ଓ ବିରାଟ କୋହଲି ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ  । ରୋହିତ ୨୭ ରନ କରି ଆଉଟ ହୋଇଥିବାବେଳେ କୋହଲି ନିଜର ଚମତ୍କାର ଫର୍ମ ବଜାୟ ରଖି ଅର୍ଦ୍ଧଶତକ ପୂରଣ କରିଥିଲେ । ରୋହିତଙ୍କ ପରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୧୪ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବିସ୍ଫୋରକ ବ୍ୟାଟିଂର ନମୁନା ଦେଖାଇଥିଲେ । ସେ ମାତ୍ର ୩୩ଟି ବଲରୁ ୬୩ ରନର ବହୁମୂଲ୍ୟ ଇନିଂସ ଖେଳିଥିଲେ । ତେବେ ସେ ଶେଷ ବଲରେ ଦୁର୍ଭାଗ୍ୟଜନକ ଭାବେ ହିଟ୍ ଓ୍ବିକେଟ ହୋଇଥିଲେ । ଭାରତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୮ ରନ କରିଥିଲା ।

ଇଂଲଣ୍ଡ ପକ୍ଷରୁ କ୍ରିସ ଜୋର୍ଡାନ ୩ଟି ଓ୍ବିକେଟ ନେଇଥିବାବେଳେ କ୍ରିସ ଓକ୍ସ ଓ ଆଦିଲ ରସିଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆଜି ମ୍ୟାଚର ବିଜେତା ଆସନ୍ତା ରବିବାର ଦିନ ହେବାକୁ ଥିବା ଫାଇନାଲ ମ୍ୟାଚରେ ପାକିସ୍ତାନକୁ ଭେଟିବ ।

 

ସମ୍ବନ୍ଧିତ ଖବର