ବିଡବ୍ଲୁଏଫ୍‌ ମାନ୍ୟତା: କ୍ୟ‌ାରିୟର ‌ଶ୍ରେଷ୍ଠ ଷଷ୍ଠକୁ ଫେରିଲେ ଲକ୍ଷ୍ୟ

ନୂଆଦିଲ୍ଲୀ: ତ‌ାରକା ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ମଙ୍ଗଳବାର ଘୋଷିତ ବିଡବ୍ଲୁଏଫ୍‌ ବିଶ୍ବ ମାନ୍ୟତାରେ ଦୁଇଟି ସ୍ଥାନ ଉଠି କ୍ୟାରିୟର ଶ୍ରେଷ୍ଠ ଷଷ୍ଠକୁ ଫେରିଛନ୍ତି। ଏହି ୨୧ ବର୍ଷୀୟ ଲକ୍ଷ୍ୟ ଚଳିତ ଋତୁରେ ୨୩ ପ୍ରତିଯୋଗିତା ଖେଳି ୭୫,୦୨୪ ପଏଣ୍ଟ କରାୟତ୍ତ କରିଛନ୍ତି। କିଦାମ୍ବି ଶ୍ରୀକାନ୍ତ ଏବଂ ଏଚ୍‌ଏସ୍‌ ପ୍ରଣୟ ଯଥାକ୍ରମେ ଏକାଦଶ ଓ ଦ୍ବାଦଶ ସ୍ଥାନରେ ରହିଛନ୍ତି। ମହିଳା ଯୁଗଳ ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ (୧୯) ପ୍ରଥମ ଥର ଲାଗି ଶ୍ରେଷ୍ଠ ୨୦ରେ ପ୍ରବେଶ କରିଛନ୍ତି। ଏହି ଯୋଡ଼ି ଚଳିତ ଋତୁରେ ୧୭ ପ୍ରତିଯୋଗିତାରେ ଭାଗ ନେଇଥିଲା ବେଳେ ୪୬,୦୨୦ ପଏଣ୍ଟ ପକେଟସ୍ଥ କରିଛନ୍ତି। ଫ୍ରେଞ୍ଚ ଓପନ୍‌ ଓ ରାଜ୍ୟଗୋ‌ଷ୍ଠୀ କ୍ରୀଡ଼ା ବିଜେତା ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପୁରୁଷ ଯୁଗଳରେ ସପ୍ତମ ସ୍ଥାନ ଅଧିକାର କରିଛନ୍ତି। ମିଶ୍ରିତ ଯୁଗଳ ଯୋଡ଼ି ଈଶାନ ଭଟନାଗର ଓ ତନିଷା କ୍ରାଷ୍ଟୋ ୨୪ରେ ରହିଛନ୍ତି। ବର୍ମିଂହାମ ରାଜ୍ୟ‌ଗୋଷ୍ଠୀ କ୍ରୀଡ଼ାଠୁ ଆହତ ଯୋଗୁଁ ଖେଳିନଥିବା ଦୁଇ ଥର ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସନ୍ଧୁ ଷଷ୍ଠ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର