ଆମନ୍ତ୍ରଣୀୟ କ୍ରିକେଟ୍‌: ପ୍ରଥମ ଦୁଇ ମ୍ୟାଚ୍‌ରେ ଓଡ଼ିଶା ବିଜୟୀ

ସରିତାଙ୍କ ଶତକ, ମାଧୁରୀଙ୍କ ଚମକ

କଟକ: ଅଭ୍ୟାସ ମ୍ୟାଚ୍‌ରେ ବଢ଼ିଆ ବ୍ୟାଟିଂ କରିଛନ୍ତି ଓଡ଼ିଶାର ଦୁଇ ପ୍ରତିଷ୍ଠିତ ବ୍ୟାଟର୍‌ ସରିତା ମେହେର ଓ ମାଧୁରୀ ମେହେଟ୍ଟା। ଖୋର୍ଧା ନିକଟସ୍ଥ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ପଡ଼ିଆରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ୪ ମ୍ୟାଚ୍‌ ବିଶିଷ୍ଟ ମହିଳା ଦିନିକିଆ ଆମନ୍ତ୍ରଣୀୟ ଶୃଙ୍ଖଳାରେ ଫର୍ମରେ ଥିବାର ସୂଚନା ଦେଇଛନ୍ତି ଏହି ଦୁଇ ତାରକା। ଘରୋଇ ଓଡ଼ିଶା ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇ ୨-୦ରେ ଆଗୁଆ ରହିଛି। ଶୁକ୍ରବାର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୧୪ ରନ୍‌ରେ ବିଜୟୀ ହୋଇଥିଲା। ଟସ୍‌ ଜିତି ବ୍ୟାଟି˚ ନେଇଥିବା ଛତିଶଗଡ଼ ୧୨୩ ରନ୍‌ କରିଥିଲା। ଜବାବରେ ନିର୍ଧାରିତ ୫୦ ଓଭରରେ ଓଡ଼ିଶା ୯ ଵିକେଟ ବିନିମୟରେ ୧୩୭ ରନ୍‌ କରିଥିଲା। ମାଧୁରୀ ମେହେଟ୍ଟା ୪୭, ଶୁଭ୍ର ନିର୍ଝରିଣୀ ସ୍ବାଇଁ ୩୩ ଓ କାଜଲ ଜେନା ୨୬ ରନ୍‌ର ପାଳି ଖେଳି ଦଳକୁ ଜିତାଇଥିଲେ। ଶନିବାର ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ୯୨ ରନ୍‌ରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟି˚ କରିଥିବା ଓଡ଼ିଶା ୩ ଵିକେଟ ବିନିମୟରେ ୨୩୩ ରନ୍‌ କରିଥିଲା। ସରିତା ମେହେର (୧୫୦ ବଲ୍‌ରୁ ୧୦୨*) ଅପରାଜିତ ଶତକ ଜମାଇଥିଲା ବେଳେ ମାଧୁରୀ ମେହେଟ୍ଟା ୪୯ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ୪୧ ରନ୍‌ ଯୋଗ କରିଥିଲେ। ଏହା ଜବାବରେ ଛତିଶଗଡ଼ ୫ ଵିକେଟ ବିନିମୟରେ ୧୪୧ ରନ୍‌ କରିପାରିଥିଲା। ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ ସୋମବାର ଓ ମଙ୍ଗଳବାର ଖେଳାଯିବ।

ସମ୍ବନ୍ଧିତ ଖବର