ଆଇପିଏଲ : କମିନ୍ସଙ୍କ ବିସ୍ଫୋରକ ବ୍ୟାଟିଂ, ମୁମ୍ବାଇକୁ ୫ ଓ୍ବିକେଟରେ ପରାସ୍ତ କଲା କୋଲକାତା

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୧୪ତମ ମ୍ୟାଚରେ କୋଲକାତା ମୁମ୍ବାଇକୁ ୫ ଓ୍ବିକେଟରେ ପରାସ୍ତ କରିଛି । ମୁମ୍ବାଇ ଦ୍ବାରା ରଖାଯାଇଥିବା ୧୬୨ରନର ବିଜୟ ଲକ୍ଷ୍ୟକୁ କୋଲକାତା ୧୬ତମ ଓଭରରେ ୫ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଭେଙ୍କଟେଶ ଆୟର ୫୦ ରନ ଓ ସାମ ବିଲିଙ୍ଗସ ୧୭ ରନ କରିଥିଲେ । କିନ୍ତୁ ଆଜିର ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା ପ୍ୟାଟ୍ କମିନ୍ସଙ୍କ ବିସ୍ଫୋରକ ଇନିଂସ । ସେ ମାତ୍ର ୧୫ ବଲରୁ ୫୬ ରନ ଦଳ ପାଇଁ ବିଜୟ ଆଣି ଦେଇଥିଲେ । ନିଜର ଏହି ଇନିଂସରେ ସେ ୬ଟି ଛକା ଓ ୪ଟି ଚୌକା ମାରିଥିଲେ ।
ଏହି ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୧୬୧ ରନ କରିଥିଲା । ମୁମ୍ବାଇ ପକ୍ଷରୁ ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଷନ ନିରାଶ କରିଥିଲେ ବି ସୂର୍ୟ୍ୟକୁମାର ଯାଦବଙ୍କ ୫୨ ରନ, ତିଲକ ବର୍ମାଙ୍କ ୩୮ ରନ ଓ ଡେଓ୍ବାଲଡ ବ୍ରେଭିସଙ୍କ ୨୯ ରନ ବଦଳରେ ଦଳ ଏକ ଲଢୁଆ ସ୍କୋର ଛିଡା କରିବାରେ ସକ୍ଷମ ହୋଇଥିଲା । କୋଲକାତା ପକ୍ଷରୁ ପାଟ କମିନ୍ସ ୨ଟି, ବରୁଣ ଚକ୍ରବର୍ତ୍ତୀ ଓ ଉମେଶ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର