କନ୍ୟା ସନ୍ତାନର ସ୍ବାଗତ ପାଇଁ ବାପା-ମା’ କରିଥିବା କାମ ଚର୍ଚ୍ଚାରେ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରେ ଶିଶୁ କନ୍ୟା ଜନ୍ମ ହେବା ଖୁସିରେ ଏକ ଦମ୍ପତି ହେଲିକପ୍ଟର ଯୋଗେ ଘରକୁ ଆଣି ସ୍ୱାଗତ କରିଥିଲେ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପୁଣେ ଶେଲଗାଓଁରେ ରହୁଥିବା ପରିବାର  ଶିଶୁ କନ୍ୟାକୁ ଘରକୁ ଆଣିବା ପାଇଁ ଗ୍ରାଣ୍ଡ ସ୍ୱାଗତର ବ୍ୟବସ୍ଥା କରିଥିଲେ। କାରଣ ନବଜାତ ଶିଶୁଟି ପରିବାରର ପ୍ରଥମ କନ୍ୟା ଥିଲା। ରାଜଲକ୍ଷ୍ମୀ ନାମକ ଏହି ଶିଶୁ କନ୍ୟାର ଜନ୍ମ ଜାନୁଆରି ୨୨ ରେ ଭୋସରିରେ ହୋଇଥିଲା।

 

ବୃତ୍ତିରେ ଓକିଲ ଥିବା ରାଜଲକ୍ଷ୍ମୀଙ୍କ ପିତା ବିଶାଲ ଜରେକର କହିଛନ୍ତି ଯେ ପରିବାର‌ଲୋକ ହେଲିକପ୍ଟରେ ଶିଶୁ କନ୍ୟାକୁ ଘରକୁ ଆଣିବା ପାଇଁ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଆମ ପରିବାରରେ ଗୋଟିଏ ବି ଝିଅ ନଥିଲା। ତେଣୁ ଆମ ଝିଅକୁ ଘରକୁ ଆଣିବାକୁ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲୁ। ରାଜାଲକ୍ଷ୍ମୀଙ୍କୁ ଏପ୍ରିଲ ୨ରେ ହେଲିକପ୍ଟରରେ ଘରକୁ ଆଣିଥିଲୁ। ମା’ ଓ ଝିଅଙ୍କୁ ଗୋଲାପ ଫୁଲରେ ଘରକୁ ସ୍ବାଗତ କରାଯାଇଥିଲା।

ହେଲିକପ୍ଟର ଆମ ଜମିରେ ତିଆରି ହୋଇଥିବା ଅସ୍ଥାୟୀ ହେଲିପେଡରେ ଅବତରଣ କରିଥିଲା। କନ୍ୟାର ଏଭଳି ସ୍ବାଗତ ଦେଖିବା ପାଇଁ ଗ୍ରାମବାସୀଙ୍କ ଭିଡ ଲାଗିଥିଲା।

ସମ୍ବନ୍ଧିତ ଖବର