ଆଇପିଏଲ: ଚେନ୍ନାଇକୁ ୫ ୱିକେଟରେ ପରାସ୍ତ କଲା ମୁମ୍ବାଇ

ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଆଇପିଏଲ-୨୦୨୨ର ୫୯ତମ ମ୍ୟାଚରେ ଚେନ୍ନାଇକୁ ୫ ୱିକେଟରେ ପରାସ୍ତ କରିଛି ମୁମ୍ବାଇ । ଦ୍ବିତୀୟ ପାଳିରେ ୯୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୧୪.୫ ଓଭରରେ ୫ ୱିକେଟ ହରାଇ ୧୦୩ ରନ୍‌ କରିଛି ମୁମ୍ବାଇ। ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳିଥିବା ମୁମ୍ବାଇ ପକ୍ଷରୁ ତିଲକ ବର୍ମା ୩୪ ରନ୍‌ କରିଥିବା ବେଳେ ଟିମ୍ ଡେଭିଡ୍ ୭ ବଲ୍‌ରେ ୧୬ ରନ୍‌ କରି ମୁମ୍ବାଇକୁ ବିଜୟ ଦେଇଥିଲେ ।

ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଆରମ୍ଭରୁ ଓ୍ବିକେଟ ହରାଇ ଯେଉଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଶେଷ ପର୍ଯ୍ୟନ୍ତ ସେଥିରୁ ଉଦ୍ଧାର ପାଇପାରିନଥିଲା । ତେବେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗୋଟିଏ ପଟେ ଛିଡ଼ା ହୋଇ ମୁମ୍ବାଇ ବୋଲିଂ ଆକ୍ରମଣର ସଫଳ ମୁକାବିଲା କରିଚାଲିଥିଲେ । ସେ ୩୨ଟି ବଲରୁ ୨ଟି ଛକା ଓ ୪ଟି ଚୌକା ସହ ୩୬ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ମାତ୍ର ଅନ୍ୟ ବ୍ୟାଟ୍ସମ୍ୟାନମାନେ ନିରାଶ କରିଥିଲେ । ଫଳରେ ଦଳ ୧୬ ଓଭର ଖେଳି ଅଲଆଉଟ ହୋଇଯାଇଥିଲା ଦଳ ।ମୁମ୍ବାଇ ପକ୍ଷରୁ ଡାନିଏଲ ସାମ୍ସ ୩ଟି, ରିଲେ ମେରେଡିଥ ଓ କୁମାର କାର୍ତ୍ତିକେୟ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର