କମାଲ କଲା ଶ୍ୟାମ୍ ସେଲ୍ ମହିଳା ଫୁଟବଲ୍ ଦଳ

ଭୁବନେଶ୍ବର: ପଶ୍ଚିମବଙ୍ଗର ବିରକୁଲଟିଠାରେ ଆୟୋଜିତ ପ୍ରଦର୍ଶନୀ ମୁକାବିଲାରେ ଶ୍ୟାମ୍ ସେଲ୍ ଫୁଟ୍‌ବଲ୍ ଏକାଡେମି ଦଳର ମହିଳା ଫୁଟ୍‌ବଲ୍ ଦଳ କମାଲ କରିଛି। ତାରକା ଖଚିତ ତଥା ଏବଂ ବହୁ ଅଭିଜ୍ଞ ଖେଳାଳି ଥିବା ନମତାପୁର ଫୁଟ୍‌ବଲ୍ ଦଳକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ନମତାପୁର ଏକ ଶକ୍ତିଶାଳୀ ଦଳ ହୋଇଥିଲା ବେଳେ ବିଗତ ୫ ବର୍ଷ ହେବ ସେମାନେ ଆସାନସୋଲ୍ ଅଞ୍ଚଳରେ ବେଶ୍ ସୁନାମ ଅର୍ଜନ କରିଥିଲେ। ତୁଳନାତ୍ମକ ଭାବେ ନବାଗତ, ଅନଭିଜ୍ଞ ଓ ଶାରୀରିକ ଭାବେ ଦୁର୍ବଳ ଖେଳାଳିଙ୍କୁ ‌ନେଇ ଗଠିତ ଶ୍ୟାମ୍ ସେଲ ଦଳ କିନ୍ତୁ ୩-୧ ଗୋଲ୍‌ରେ ସେମାନଙ୍କୁ ହରାଇ ସମସ୍ତଙ୍କୁ ଚକିତ କରିଦେଇଥିଲା। ଏହି ଦଳର ଅଧିନାୟିକା ପିୟାଲି କୋରା ଯୁଗଳ ‌ଗୋଲ୍ ଦେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଉଦୀୟମାନ ତାରକା ତନୀଷା ମୁଣ୍ଡା‌ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତି ନେଇଥିଲେ।

ସମ୍ବନ୍ଧିତ ଖବର