ଜାତୀୟ ଉପକନିଷ୍ଠ ଖୋଖୋ, ୨୯ ବର୍ଷ ପରେ ଫାଇନାଲ୍‌ରେ ଓଡ଼ିଶା

କଟକ: ଦୀର୍ଘ ୨୯ ବର୍ଷ ପରେ ପ୍ରଥମ ଥର ପାଇଁ ଓଡ଼ିଶାର ଉଭୟ ବାଳକ ଓ ବାଳିକା ଦଳ ଜାତୀୟ ଉପକନିଷ୍ଠ ଖୋଖୋ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ରବିବାର ଉଭୟ ବର୍ଗର ଫାଇନାଲ୍‌ରେ ଓଡ଼ିଶାର ମୁକାବିଲା ମହାରାଷ୍ଟ୍ର ସହିତ ହେବ। ଶନିବାର ବାଳକ ସେମି ଫାଇନାଲ୍‌ରେ ଓଡ଼ିଶା ୧୯-୧୮ ପଏଣ୍ଟରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଥିଲା। ଓଡ଼ିଶାର ପପୁ ମାରାଣ୍ତି ୧ ମିନିଟ୍‌ ୩୦ ସେକେଣ୍ତ ଦୌଡ଼ିବା ସହ ୬ ପଏଣ୍ଟ ହାସଲ କରିଥିଲେ। ତାଙ୍କ ବ୍ୟତୀତ ବିଶାଲ ଓରାମ ୨ମିନିଟ୍‌ ଦୌଡ଼ ସହ ୮ ପଏଣ୍ଟ, ଚନ୍ଦ୍ର ଶେଖର ୧ ମିନିଟ୍‌ ଦୌଡ଼ିଥିଲେ। ବାଳିକା ବିଭାଗରେ ଓଡ଼ିଶା ୧୦-୭ ପଏଣ୍ଟରେ ଝାଡ଼ଖଣ୍ତକୁ ହରାଇ ପାଇନାଲ୍‌ରେ ପ୍ରବେଶ କରିଛି। ଶିବାନୀ ଗମାଙ୍ଗୋ ୪ ମିନିଟ୍‌, ଅର୍ଚ୍ଚନା ମାଝୀ ଅଢେଇ ମିନିଟ୍‌ ଦୌଡ଼, ମୋନିକା ନାୟକ ୪ ପଏଣ୍ଟ, ଅନନ୍ୟା ପ୍ରଧାନ ୩ ପଏଣ୍ଟ ସହ ୨ ମିନିଟ୍‌ ଦୌଡ଼, ଶୁଭଶ୍ରୀ ସି˚ହ ୩ ପଏଣ୍ଟ ଅର୍ଜନ କରିଥିଲେ। ଦୀର୍ଘ ୨୯ ବର୍ଷ ପରେ ଓଡ଼ିଶା ଦଳ ଫାଇନାଲ୍‌ରେ ପ୍ରବେଶ କରିଥିବା ରାଜ୍ୟ ସ˚ଘ ପକ୍ଷ ଜଣାଇଛି। ଓଡ଼ିଶା ଦଳର ଏହି ସଫଳତା ପାଇଁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରୀଷ୍ଣା, ଓଡ଼ିଶା ଖୋଖୋ ସ˚ଘ ସଭାପତି ନାରାୟଣ ପାତ୍ର, ମୁଖ୍ୟ ଉପଦେଷ୍ଟା ଆଶୀର୍ବାଦ ବେହେରା, ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, କୋଷାଧ୍ୟକ୍ଷ ଚୌଧୁରୀ ପାର୍ଥସାରଥୀ ମହାପାତ୍ର ପ୍ରମୁଖ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର