ସର୍ବଭାରତୀୟ ଓପନ୍‌ କରାଟେ ଉଦ୍‌ଘାଟିତ, ପ୍ରଥମ ଦିନ ଓଡ଼ିଶାକୁ ୨୯ ପଦକ

ଭୁବନେଶ୍ବର: ସ୍ଥାନୀୟ ରେଳବାଇ ଇନ୍‌ଡୋର ଷ୍ଟାଡିୟମଠାରେ ସର୍ବଭାରତୀୟ ଓପନ୍‌ କରାଟେ ପ୍ରତିଯୋଗିତାର ଦଶମ ସଂସ୍କରଣ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ଦିନ ଓଡ଼ିଶା ଖେଳାଳିମାନେ ଆଧିପତ୍ୟ ବିସ୍ତାର କରି ୭ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୧୪ କାଂସ୍ୟ ସହ ମୋଟ ୨୯ ପଦକ କରାୟତ କରିନେଇଛନ୍ତି। ପ୍ରଥମ ଦିନର ମୋଟ ୩୧ ପଦକ ମଧ୍ୟରୁ ଅବଶିଷ୍ଟ ଦୁଇଟି ଝାଡ଼ଖଣ୍ଡ (୧ ସ୍ବର୍ଣ୍ଣ ଓ ୧ କାଂସ୍ୟ)କୁ ମିଳିଛି। ଉଦ୍‌ଘାଟନୀ ଉତ୍ସବରେ ଉଚ୍ଚ ଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଇ ପ୍ରଥମ ଦିବସର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଶ୍ବ କରାଟେ ମହାସଂଘ ଜଜ୍‌ ସିହାନ ଜଗମୋହନ ବିଜ, ବିହାର କରାଟେ ସଂଘ ସମ୍ପାଦ ପଙ୍କଜ କାମ୍ବଲି ଏବଂ ଚିତ୍ତରଂଜନ ସ୍ବାଇଁ ଅତିଥି ଭାବେ ଉପସ୍ଥିତ ଥିଲେ। ପ୍ରତିଯୋଗିତାକୁ ଉତ୍କଳ କରା‌ଟେ ସ୍କୁଲ ସମ୍ପାଦକ ହରିପ୍ରସାଦ ପଟ୍ଟନାୟକଙ୍କ ତତ୍ବାବଧାନରେ ମିର ଅଜମଦ ଅଲ୍ଲୀ, ଗୌରୀ ମହାନ୍ତି, ଅବିନାଶ ପୁନ୍ଦିର, ହିମାଂଶୁ ଦାସ, ସନ୍ଦୀପ ଦାସ, ଦିଲ୍ଲୀପ ଜେନା ପ୍ରମୁଖ ପରିଚାଳନା କରିଥିଲେ।

ସ୍ବର୍ଣ୍ଣ ବିଜେତା: ଅଶୋକ ପରିଡ଼ା (ହ୍ବାଇଟ୍‌ ବେଲ୍‌ଟ ପୁରୁଷ କାଟା), ରଂଜିତ ଭୂ୍ୟାଁ (ହ୍ବାଇଟ୍‌ ବେଲ୍‌ଟ ପୁରୁଷ କାଟା), ଶ୍ବେତଲକ୍ଷ୍ମୀ ରାଜ (ବ୍ଲାକ୍‌ ‌ବେଲ୍‌ଟ ମହିଳା କାଟା), ସାଲୋନୀ ଲେଙ୍କା (ବ୍ଲାକ୍‌ ‌ବେଲ୍‌ଟ ମହିଳା କୁମିତେ), ପ୍ରଦ୍ୟୁମ୍ନ କୁମାର ବିଶ୍ବାଳ (ଗ୍ରିନ୍‌ ‌ବେଲ୍‌ଟ ପୁରୁଷ କୁମିତେ), ଊମାବତୀ ପାତ୍ର (୨୧ ବର୍ଷ ମହିଳା କାଟା), ସ‌ଙ୍କେତ କୁମାର ନାୟକ (୨୧ ବର୍ଷ ପୁରୁଷ କାଟା)। ଏ ସମସ୍ତେ ଓଡ଼ିଶାର ଥିଲା ବେଳେ ରୋଶନ ମିଶ୍ର (ବ୍ରାଉନ୍‌ ବେଲ୍‌ଟ ପୁରୁଷ କାଟା) ଝାଡ଼ଖଣ୍ଡର ରହିଥିଲେ।

ରୌପ୍ୟ ବିଜେତା: ଆଶିଷ କୁମାର ରାଉଳ, ରାକେଶ ଦାସ, ମୋନାଲି ମହାପାତ୍ର (୨ଟି), ସଂଗ୍ରାମ ନାୟକ, ଶ୍ବେତଲକ୍ଷ୍ମୀ ରାଜ, ମହେଶ୍ବର ବାରିକ, ହିମାଂଶୁ ଶେଖର ପଣ୍ଡା (ସମସ୍ତେ ଓଡ଼ିଶା)।
କାଂସ୍ୟ ବିଜେତା: ଅଜିତ ଦାସ, ଅମିତ ଡାକୁଆ, ସଂଜୀବ କୁମାର ପୁତେଲ, ରଂଜନ କୁମାର ପ୍ରଧାନ, କୃତିମୟୀ ନାୟକ, ସିଦ୍ଧାର୍ଥ କୁମାର ପାଢ଼ୀ, ମାନସ ରଂଜନ ସିଂହ, ମୋନାଲି ମହାପାତ୍ର, ଆସ୍‌ମା ବେଗମ, ଘନଶ୍ୟାମ ଦାସ, ରଶ୍ମୀରଂଜନ ରାଉଲ, ଲୋମା ସ୍ବାଇଁ, ପିତବାସ ମାନସିଂହ, ତୁଷାର ବିଶ୍ବାଳ (ସମସ୍ତେ ଓଡ଼ିଶା) ଏବଂ ମୋନିକା କୁମାରୀ (ଝାଡ଼ଖଣ୍ଡ।

ସମ୍ବନ୍ଧିତ ଖବର