୧୦ ସ୍ୱର୍ଣ୍ଣ ସହ ଓଡ଼ିଶାକୁ ୩୮ ପଦକ

ଜାତୀୟ କନିଷ୍ଠ ପୂର୍ବାଞ୍ଚଳ ଦୌଡ଼କୁଦ ଶେଷ

କଟକ: ବିହାରର ପାଟନାରେ ଚାଲିଥିବା ପୂର୍ବାଞ୍ଚଳ କନିଷ୍ଠ ଦୌଡ଼କୁଦ ରବିବାର ଶେଷ ହୋଇଛି। ଶେଷ ଦିନ ଓଡ଼ିଶା କ୍ରୀଡ଼ାବିତ୍‌ମାନେ ୪ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ବ୍ୟତୀତ ୭ ରୌପ୍ୟ ଓ ୪ କାଂସ୍ୟ ପଦକ ମଧ୍ୟ ଓଡ଼ିଶାକୁ ମିଳିଛି। ଫଳରେ ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ଓଡ଼ିଶା କ୍ରୀଡ଼ାବିତ୍‌ମାନେ ୧୦ ସ୍ୱର୍ଣ୍ଣ ସହ ମୋଟ ୩୮ ପଦକ ହାସଲ କରିଛନ୍ତି। ଶେଷ ଦିନ ୧୬ ବର୍ଷରୁ କମ୍‌ ବାଳିକା ଜାଭେଲିନ୍‌ରେ ଧନମତି ଖେସ୍‌, ୨୦ ବର୍ଷରୁ କମ୍‌ ବାଳିକା ହାମର୍‌ ଥ୍ରୋରେ ଉତ୍କଳିକା ପ୍ରିୟଦର୍ଶିନୀ, ୧୮ ବର୍ଷରୁ କମ୍‌ ବାଳକ ୮୦୦ ମିଟର ଦୌଡ଼ରେ ଦିଲ୍ଲୀପ ନାଏକ, ୧୮ ବର୍ଷରୁ କମ୍‌ ବାଳିକା ୨୦୦ ମିଟର ଦୌଡ଼ରେ ସୁଖୀ ବାସ୍କେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୨୦ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ବାଧାଦୌଡ଼ରେ ରାଇବାରି ତିରିଆ, ୧୬ ବର୍ଷରୁ କମ୍‌ ବାଳିକା ୮୦୦ ମିଟର ଦୌଡ଼ରେ ସୁସ୍ମିତା ଟିଗା, ୧୪ ବର୍ଷରୁ କମ୍‌ ବାଳିକା ଲମ୍ବ ଡିଆଁରେ ଜମୁନା ଟୁଡୁ, ୧୮ ବର୍ଷରୁ କମ୍‌ ବାଳକ ହାମର ଥ୍ରୋରେ ଅଭିଷେକ ପଣ୍ଡା, ୧୮ ବର୍ଷରୁ କମ୍‌ ବାଳିକା ଉଚ୍ଚ ଡିଆଁରେ ମୋନିକା କୁଜୁର, ୨୦ ବର୍ଷରୁ କମ୍‌ ବାଳକ ସଟ୍‌ପୁଟ୍‌ରେ ଆଲୋକ କୁମାର ଦାଶ, ୧୮ ବର୍ଷରୁ କମ୍‌ ବାଳିକା ମିଡ୍‌ଲେ ରିଲେରେ ମନୀଷା ମେରେଲ, ସୁଖୀ ବାସ୍କେ, ସବିତା ମହନ୍ତ, ଜ୍ୟୋତ୍ସ୍ନା ସବରଙ୍କୁ ରୌପ୍ୟ ପଦକ ମିଳିଛି। ୧୪ ବର୍ଷରୁ କମ୍‌ ବାଳିକା ଉଚ୍ଚ ଡିଆଁରେ ସବିତା ଟପ୍ପୋ, ୧୬ ବର୍ଷରୁ କମ୍‌ ବାଳିକା ସଟ୍‌ପୁଟ୍‌ରେ ନେତ୍ରମଣୀ ସିଂହ, ୨୦ ବର୍ଷରୁ କମ୍‌ ବାଳକ ୮୦୦ ମିଟର ଦୌଡ଼ରେ ସୁଶାନ୍ତ ସମୀର ଲୋକା ଓ ୪୦୦ ମିଟର ବାଧାଦୌଡ଼ରେ ପ୍ରସନ୍ନଜିତ ଖାଖା କାଂସ୍ୟ ପଦକ ଜିତିଛନ୍ତି।

ସମ୍ବନ୍ଧିତ ଖବର