ପ୍ରଶାନ୍ତ ରାଉତରାୟ ସ୍ମାରକୀ କ୍ରିକେଟ୍‌, ହାଇକୋର୍ଟ ଓ ଢେଙ୍କାନାଳ ବିଜୟୀ

ପୁରୁଣା ଭୁବନେଶ୍ୱର: ଭୁବନେଶ୍ବର ଓକିଲ ସଂଘ ଆନୁକୁଲ୍ୟରେ ସପ୍ତମ ପ୍ରଶାନ୍ତ ରାଉତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌ ପ୍ରତିଯୋଗିତା ମଙ୍ଗଳବାରଠାରୁ ବିଜେବି କଲେଜ ଖେଳ ପଡ଼ିଆରେ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌‌ରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ୫୪ ରନ୍‌ରେ ବୋର୍ଡ ଅଫ୍‌ ରେଭେନ୍ୟୁକୁ ପରାସ୍ତ କରିଛି। ପାର୍ଥ ସାରଥି ଆଚାର୍ଯ୍ୟ ଆକର୍ଷଣୀୟ ୩୪ ରନ୍ କରିଥିବାରୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ‌ ହୋଇଥିଲେ।

ଦ୍ବିତୀୟ ମ୍ୟାଚ୍‌ରେ ଢେଙ୍କାନାଳ ବାର୍‌ ୭ ୱିକେଟ୍‌ରେ ଭୁବନେଶ୍ବର ରେଡ୍‌କୁ ପରାସ୍ତ କରିଥିଲା। ହେମନ୍ତ ଖଟୁଆ ୪ ଓଭରରେ ମାତ୍ର ୧୧ ରନ୍‌ ଦେଇ ୫ ୱିକେଟ୍ ଅକ୍ତିଆର କରିଥିବାରୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପବିତ୍ର ପ୍ରଧାନ, ଅଜୟ ନାୟକ ମ୍ୟାଚ୍‌ ପରିଚାଳନା କରିଥିଲେ। ପୂର୍ବାହ୍ନରେ ଭୁବନେଶ୍ୱର ଆଥ୍‌ଲେଟିକ୍ ଆସୋସିଏସନ୍‌ର ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା ଏହାକୁ ଉଦ୍‌ଘାଟନ କରିଥିଲେ। ପ୍ରତିଯୋଗିତା ସମିତି ଅଧ୍ୟକ୍ଷ ମାନସ ମହାପାତ୍ର, ଭୁବନେଶ୍ବର ଓକିଲ ସଂଘର ସଭାପତି ମହମ୍ମଦ ଜିଆ ଉଲ୍‌ ହକ, ସମ୍ପାଦକ ରାଜକିଶୋର ଦାସ ଓ ଅନ୍ୟ ସମସ୍ତ କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର