ହଳଦୀ ବସନ୍ତ ବେଶରେ ସାକ୍ଷୀ

ରାଞ୍ଚି: ୟୁଏଇରେ ଆସନ୍ତା ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣରେ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍‌କୁ ଫେରିବେ। ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ପରେ ପ୍ରଶଂସକ ତାଙ୍କୁ ଖେଳୁଥିବାର ଦେଖିବେ। ଏହି ମୁହୂର୍ତକୁ ମାହିପ୍ରେମୀ ଚାତକ ଭଳି ଚାହିଁ ବସିଥିଲା ବେଳେ ଧୋନିଙ୍କ ପତ୍ନୀ ସାକ୍ଷୀ ମଧ୍ୟ ଉତ୍ସାହିତ ଅଛନ୍ତି। ନିଜ ଉତ୍ସାହକୁ ଜାହିର କରିବାକୁ ଯାଇ ସେ ଏବେଠୁ ହଳଦୀ ରଙ୍ଗର ପୋଷାକ ପିନ୍ଧିବା ଆରମ୍ଭ କରି ଦେଇଛନ୍ତି। ହଳଦୀ ରଙ୍ଗର ପୋଷାକ ପିନ୍ଧି ଉଠାଇଥିବା ଏକ ସୁନ୍ଦର ଓ ଆକର୍ଷଣୀୟ ଫଟୋ ମଧ୍ୟ ସାକ୍ଷୀ ମଙ୍ଗଳବାର ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଏପରି କରି ଧୋନିଙ୍କ ଦଳ ଚେନ୍ନାଇ ସୁପରକିଙ୍ଗ୍ସକୁ ଏବେଠାରୁ ସେ ନିଜ ସମର୍ଥନ ଜଣାଇ ଦେଇଛନ୍ତି। କାରଣ ଚେନ୍ନାଇ ସୁପରକିଙ୍ଗ୍ସର ଦଳୀୟ ପୋଷାକ ରଙ୍ଗ ହେଉଛି ହଳଦିଆ। ଧୋନି ସେହି ହଳଦିଆ ପୋଷାକ ପିନ୍ଧି କ୍ରିକେଟ୍ ପଡ଼ିଆକୁ ଫେରିବାକୁ ଯେମିତି ସାକ୍ଷୀ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି, ଏହି ଫଟୋଟି ସମ୍ଭବତଃ ଏହା ହିଁ ଦର୍ଶାଉଛି।

ସମ୍ବନ୍ଧିତ ଖବର