ସିଲି ପଏଣ୍ଟ୍‌: ସାହିନ ଆଫ୍ରିଦି ବୋଲ୍ଡ

ପାକିସ୍ତାନ ଦ୍ରୁତ ବୋଲର ସାହିନ ଶାହ ଆଫ୍ରିଦି ‌ବୋଲ୍ଡ କରିବାରେ ମାହିର। ହେଲେ ସେ ନିଜେ ବୋଲ୍ଡ ହୋଇଛନ୍ତି। ଆସନ୍ତା ମାସରେ ଭାରତରେ ବିଶ୍ବକପ୍‌ ଆରମ୍ଭ ହେଉଥିଲା ବେଳେ ତାହା ପୂର୍ବରୁ ୬ ଫୁଟ୍‌ ୬ ଇଞ୍ଚର ଏହି ଦ୍ରୁତ ବୋଲରଙ୍କୁ ଅଂଶା ବୋଲ୍ଡ କରି ଦେଇଛନ୍ତି। ଅଂଶା ହେଉଛନ୍ତି ପୂର୍ବତନ ପାକିସ୍ତାନ ଅଲ୍‌ରାଉଣ୍ଡର ସହିଦ ଆଫ୍ରିଦିଙ୍କ ଝିଅ। ଅଂଶା ଓ ସାହିନଙ୍କ ବିବାହ ଗତ ଫେବ୍ରୁଆରିରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ହୋଇଥିଲା। ପୁଣି ଥରେ ମଙ୍ଗଳବାର ଉଭୟ କରାଚିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଡିଏଚ୍‌ଏ ଗଲ୍ଫ ଓ କଣ୍ଟ୍ରି କ୍ଲବ୍‌ଠାରେ ଆୟୋଜିତ ଏହି ବଡ଼ ଧରଣରେ ବିବାହ ଉତ୍ସବରେ ପାକିସ୍ତାନ କ୍ରିକେଟ୍‌ ଦଳର ଅଧିନାୟକ ବାବର ଆଜମଙ୍କ ସହ ଅନେକ ପୂର୍ବତନ ଓ ବର୍ତ୍ତମାନର କ୍ରିକେଟର୍‌ ଏବଂ ଅନ୍ୟ ଅତିଥି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର