ସିରାଜ ପୁଣି ୧ ନମ୍ବର ଦିନିକିଆ ବୋଲର

ଦୁବାଇ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ପୁଣି ଥରେ ଆଇସିସି ‌ଦିନିକିଆ ବୋଲିଂ ମାନ୍ୟତାର ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ନିକଟରେ ଶେଷ ହୋଇଥିବା ଏସିଆ କପ୍‌ ଫାଇନାଲ୍‌ରେ ଶ୍ରୀଲଙ୍କାର ୬ ବ୍ୟାଟର୍‌ଙ୍କୁ ଆଉଟ୍‌ କରିବା ପରେ ଅଷ୍ଟମ ସ୍ଥାନରେ ଥିବା ସିରାଜ ସିଧାସଳଖ ଏହି ସ୍ଥାନକୁ ଲମ୍ଫ ମାରିଛନ୍ତି। ଶେ‌ଷ ଥର ଲାଗି ଚଳିତ ବର୍ଷ ଜାନୁଆରିରେ ଏକ ନମ୍ବର ସ୍ଥାନ ଅଧିକାର କରିଥିଲେ। କିନ୍ତୁ ମାର୍ଚ୍ଚରେ ଜୋସ ହାଜଲେଉଡ୍‌ ତାଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ ଭାରତର ବାମହାତୀ କଚଟି ସ୍ପିନର କୁଲଦୀପ ଯାଦବ ୩ଟି ସ୍ଥାନ ଖସି ନବମରେ ରହିଛନ୍ତି। ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ୨ଟି ସ୍ଥାନ ଉଠି ୨୭ ଏବଂ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ୮ଟି ସ୍ଥାନ ଉଠି ୫୦ରେ ରହିଛନ୍ତି। ବ୍ୟାଟିଂରେ ଶୁବମନ ଗିଲ ଓ ରୋହିତ ଶର୍ମା ଯଥାକ୍ରମେ ଦ୍ବିତୀୟ ଓ ଦଶମ ସ୍ଥାନରେ ରହିଥିଲା ବେଳେ ବିରାଟ ଗୋଟିଏ ସ୍ଥାନ ଉଠି ଅଷ୍ଟମରେ ପହଞ୍ଚିଛନ୍ତି। ଅଲରାଉଣ୍ଡରଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ମାତ୍ର ଭାରତୀୟ ଭାବେ ଶୀର୍ଷ ୨୦ରେ ରହିଛନ୍ତି। ସେ ଗୋଟିଏ ସ୍ଥାନ ଡେଇଁ ଷଷ୍ଠରେ ରହିଛନ୍ତି।

ସମ୍ବନ୍ଧିତ ଖବର