ରାଜ୍ୟ ରୋଲର ସ୍କେଟିଂ: ଖୋର୍ଦ୍ଧା ବିଜେତା, କଟକ ଉପବିଜେତା

ଭୁବନେଶ୍ବର, ୨୧/୧୧ (ଇମିସ): ଓଡ଼ିଶା ରୋଲର ସ୍କେଟିଂ ସଂଘ ଓ କଟକ ଜିଲ୍ଲା ରୋଲର ସ୍କେଟିଂ ସଂଘ ମିଳିତ ଆନୁକୂଲ୍ୟରେ ଫୁଲନଖରାସ୍ଥିତ ଡେକାଥଲନ୍‌ ସ୍କେଟିଂ ପଡ଼ିଆରେ ୧୩ତମ ରାଜ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାରେ ୧୮୧ ଜଣ ସ୍କେଟର୍‌ ଅଂଶଗ୍ରହଣ କରିଥିଲେ। ଖୋର୍ଦ୍ଧା ସର୍ବାଧିକ ୫୯ ପଦକ ଜିତି ଜିଲ୍ଲାମାନଙ୍କ ଭିତରେ ବିଜେତା ହୋଇଥିଲା ବେଳେ କଟକ ୨୮ ପଦକ ସହ ଉପବିଜେତା ହୋଇଛି। ଅନ୍ୟ ବୟସ ବର୍ଗ ଇଭେଣ୍ଟ ମଧ୍ୟରେ ୫ବର୍ଷରୁ କମ୍‌ ବାଳକ ଇନ୍‌ଲାଇନ୍‌ରେ ଆର୍ଯ୍ୟନ ପାତ୍ର, ଗିତେଶ, ଜଗତପ୍ରିୟ ସାହୁ, ବାଳିକା ଇନ୍‌ଲାଇନ୍‌ରେ ଅନନ୍ୟା ଭରତିଆ, ସୋନିରା ପଟ୍ଟନାୟକ, ସିଦ୍ଧି ‌ସୟେଶା, ୭ବର୍ଷରୁ କମ୍‌ ବାଳକ ଇନ୍‌ଲାଇନ୍‌ରେ ବିଭାନ ଶର୍ମା, ଆୟନ ସାସମଲ, ସାଇଶ୍ରେଷ ବେହେରା, ଶ୍ରେୟାଂଶ ମିଶ୍ର, ବାଳିକା ଇନ୍‌ଲାଇନ୍‌ରେ ଆଦ୍ୟା ଆରାଧ୍ୟା ଷଡ଼ଙ୍ଗୀ, ପୂର୍ବି ନାୟକ, ଆର୍ଯ୍ୟ ଐଶ୍ବର୍ଯ୍ୟା ଷଡ଼ଙ୍ଗୀ, ଇଶାନା ଅଗ୍ରୱାଲ, ବାଳକ କ୍ବାଡ୍‌ରେ ଲାଭ୍ୟାଂଶ ସାହୁ, ଶୀତାଂଶୁ ସାହୁ, ବାଳିକା କ୍ବାଡ୍‌ରେ ରେହାନ୍ସି ଆଚାର୍ଯ୍ୟ, ୯ ବର୍ଷରୁ କମ୍‌ ବାଳକ ଇନ୍‌ଲାଇନ୍‌ରେ ପ୍ରତ୍ୟାଂଶୁ ପଟ୍ଟନାୟକ, ଅଧିଭ ଚନ୍ଦୁକା, ଶ୍ରୀୟାଂଶୁ ପାତ୍ର, ପ୍ରଭାତ ରଂଜନ ବିଶୋୟୀ, ବାଳିକା ଇନ୍‌ଲାଇନ୍‌ରେ ରକ୍ଷିତା ଭରତିଆ, ନଳିନୀ ରାଉତରାୟ, ଆରିନ୍‌ ମଙ୍ଗରାଜ, ବାଳକ କ୍ବାଡ୍‌ରେ ସୂର୍ଯ୍ୟାଂଶୁ ମହାପାତ୍ର, ଆୟନ୍ସ ସାମଲ, ସାଇ ଅଭିଜିତ ପତି, ୧୧ ବର୍ଷରୁ କମ୍‌ ବାଳକ ଇନ୍‌ଲାଇନ୍‌ରେ ସାତ୍‌ଭିକ୍‌ ରାୟସାମନ୍ତ, ଦେବବ୍ରତ ନାୟକ, ଶ୍ରୀୟାଂଶ ଶ୍ରେୟାଶ, ବାଳିକା ଇନ୍‌ଲାଇନ୍‌ରେ ଅଶ୍ଲୀଶ ପଣ୍ଡା, ବାଗ୍‌ମି ପ୍ରଧାନ, ଇଛିନି ଦିବ୍ୟାଞ୍ଜଳି, ଭବ୍ୟ ଇଶାନି ରାଉତ, ବାଳକ କ୍ବାଡରେ ଆର୍ଯ୍ୟ ଆୟୁଷକାନ୍ତ ସ‌ାଠୁଆ, ଅମ୍ଲାନ ଜ୍ୟୋତି ଖିଲାର, ଶୁଭଙ୍କର ବେହେରା, ବାଳିକା କ୍ବାଡରେ ଆର୍ଶୀ ପ୍ରେରଣା କାନୁନ୍‌ଗୋ, ୧୪ ବର୍ଷରୁ କମ୍‌ ବାଳକ ଇନ୍‌ଲାଇନ୍‌ରେ ସାଇ‌ ‌ଶ୍ରେୟାଂଶ ରାଉତ, କିରତ କୁମାର ନାୟକ, ଅଂଶୁମାନ ପାତ୍ର, ବାଳିକା ଇନ୍‌ଲାଇନ୍‌ରେ କମଲ କ୍ରୀଷ୍ଣା, ଐଶ୍ବର୍ଯ୍ୟା ପାତ୍ର, ତନୁଶ୍ରୀ ସାହୁ, ବାଳକ କ୍ବାଡରେ ପ୍ରତୀକ ଅର୍ଣ୍ଣବ ଜେନା, ସୂର୍ଯ୍ୟ ପ୍ରତ୍ୟୁଷ ନାୟକ, ଆଦିତ୍ୟ ଶର୍ମା, ୧୭ ବର୍ଷରୁ କମ୍‌ ବାଳକ ଇନ୍‌ଲାଇନ୍‌ରେ ଅର୍ମାନ୍‌ ସୁବୁଦ୍ଧି, ସ୍ବସ୍ତିକ ସୁକୁମାର ପ୍ରହରାଜ, ସିଦ୍ଧାର୍ଥ ଦଳାଇ, କୌସ୍ତୁଭ ପଟ୍ଟନାୟକ, ବାଳିକା ଇନ୍‌ଲାଇନ୍‌ରେ ଆରାଧ୍ୟା ମଞ୍ଜରୀ ଦେବୀ, ପଲ୍ଲବୀ ସାହୁ, ଶୁଭଲକ୍ଷ୍ମୀ ବେହେରା, ବାଳକ କ୍ବାଡରେ ପ୍ରୀତ୍‌ ପ୍ରୀତମ୍‌ ଜେନା, ବାଳିକା କ୍ବାଡ଼ରେ ତନୁଶ୍ରୀ ଚୌଧୁରୀ, ୧୭ ବର୍ଷରୁ ଉର୍ଦ୍ଧ୍ବ ବାଳିକା ଇନ୍‌ଲାଇନ୍‌ରେ ଶ୍ରୀଜା ଶ୍ରୀ, କ୍ବାଡରେ କୃପା ଦୋଷି ବିଜେତା ହୋଇଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ଅତିଥି ଭାବେ ଯୋଗଦେଇଥିଲା ବେଳେ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ରାଜ୍ୟ ସଂଘ ସମ୍ପାଦକ ପାର୍ଥ ସାରଥୀ ଜେନା, କଟକ ଜିଲ୍ଲା ସଂଘ ସମ୍ପାଦକ ମଳୟ ଦାସ ପ୍ରମୁଖ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର