ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

ରାଉରକେଲା: କୋଇଡ଼ା ବ୍ଲକ୍ ଜାମୁଡିହି ପଞ୍ଚାୟତ ମଞ୍ଚାବେଡ଼ା ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ଚାନ୍ଦୁ ମୁଣ୍ଡା (୫୭)ଙ୍କର ମୃତ୍ୟୁ ହୋଇଛି। ସୋମବାର ଭୋର ସମୟରେ କାମ କରିବାକୁ ଚାନ୍ଦୁ ରକ୍ସି ରେଳ ସାଇଡିଂକୁ ଯାଉଥିବାବେଳେ ଏକ ଦନ୍ତା ହାତୀ ସହ ସାମ୍‌ନା ସାମ୍‌ନି ହୋଇଥିଲା। ହାତୀଟି ତାଙ୍କୁ ଶୁଣ୍ଢରେ ଟେକି ‌ନେଇ କଚାଡ଼ି କଚାଡ଼ି ଅନ୍ତବୁଜୁଳା ବାହାର କରି ଦେଇଥିଲା। ଫଳ‌ରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ବରସୁଆଁ ରେଞ୍ଜ ଅଧିକାରୀଙ୍କ ସହ କେ. ବଲାଙ୍ଗ ଥାନା ଅଧିକାରୀ ରାଜେଶ ନାୟକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଦନ୍ତା ହାତୀଟି ଗୋଠ ଖଣ୍ଡିଆ ହୋଇ ସ୍ଥାନୀୟ ‌ଅଞ୍ଚଳରେ ବୁଲିବା ସହ ଧାନ ଫସଲ ଦଳି ଚକଟି ନଷ୍ଟ କରିବା ସହ ଘରଦ୍ବାର ଓ  ଧନ ଜୀବନ ନଷ୍ଟ କରୁଥିବା ପରିଲକ୍ଷିତ ହେଉଛି। ଏଥିପ୍ରତି ବନ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।

ସମ୍ବନ୍ଧିତ ଖବର