ଟେକ୍ସଟାଇଲ୍‌ କପ୍‌: ସୁପର ଷ୍ଟାର୍‌, ରୟାଲ୍ସ, ଟାଇଟାନ୍‌ ବିଜୟୀ

ଭୁବନେଶ୍ୱର: ଟେକ୍ସଟାଇଲ୍‌ କପ୍‌ କମିଟି ଆନୁକୂଲ୍ୟରେ ଆୟୋଜିତ ମା’ ମସଲା ତୃତୀୟ ଟେକ୍ସଟାଇଲ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସୋମବାର ମ୍ୟାଚ୍‌ରେ ସୁପର ଷ୍ଟାର୍‌, ରୟାଲ୍ସ ଏବଂ ଟାଇଟାନ୍‌ ଦଳ ବିଜୟୀ ହୋଇଛନ୍ତିି। ପ୍ରଥମ ମ୍ୟାଚ୍‌ରେ ସୁପର କିଙ୍ଗ୍‌ ନିର୍ଧାରିତ ୮ ଓଭରରେ ୬୬ ରନ୍‌ କରିଥିଲା। ସୁପର ଷ୍ଟାର ୫.୫ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା। ବିଷ୍ଣୁ ପ୍ରସାଦ ମହାନ୍ତି (୪୧ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ଷ୍ଟ୍ରାଇକର ୬୨ ରନ୍‌ କରିଥିଲା ବେଳେ ରୟାଲ୍ସ ୧.୩ ଓଭର ପୂର୍ବରୁ ଆବଶ୍ୟକ ରନ୍‌ ହାସଲ କରି ବିଜୟୀ ହୋଇଥିଲା। ୩୮ ରନ୍‌ କରିଥିବା ରୟାଲ୍ସର ନୀଳମାଧବ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶେଷ ମ୍ୟାଚ୍‌ରେ ଟାଇଟାନ୍‌ର ୨୧ ରନ୍‌ରେ ଡେୟାର ଡେଭିଲ୍ସକୁ ପରାସ୍ତ କରିଥିଲା। ଟାଇଟାନ୍‌ ୬୩ ରନ୍‌ କରିଥିଲା ବେଳେ ଡେୟାର ଡେଭିଲ୍ସ ୪୨ ରନ୍‌ କରିଥିଲା। ଟାଇଟାନ୍‌ର ବ୍ରହ୍ମାନନ୍ଦ ସାହୁ (୩୩ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମ୍ୟାଚ୍‌ଗୁଡ଼ିକୁ ଅଭିତାଭ ସ୍ୱାଇଁ, ହରେକୃଷ୍ଣ ରାଓ ଓ ରାମଚନ୍ଦ୍ର ମାଝୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର