ପ୍ରମାଣିତ ହେଲା ୧୦ଟି ଆବାସର ଦୁର୍ନୀତି

ଅନୁଗୁଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ ଗଣ୍ଡାନାଳୀ ପଞ୍ଚାୟତରେ ଏମିତି ୧୦ଟି ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀକୁ ଲୋକଲୋଚନକୁ ଆଣିଥିଲା ‘ସମ୍ବାଦ’। ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଗ୍ରାମ ରୋଜଗାର ସେବକ ମିଶି କେମିତି ପ୍ରଧାନମନ୍ତ୍ରୀ ଆବାସରେ ଏପରି ଘୋଟାଲା କରିଛନ୍ତି, ତାହାର ତଥ୍ୟ ପ୍ରମାଣଭିତ୍ତିକ ଚିତ୍ର ପ୍ରକାଶ କରିଥିଲା। ଦୁର୍ନୀତି ପ୍ରମାଣିତ ହେବାପରେ ଉଭୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଜିଆର୍‌ଏସ୍‌ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲ୍ଲା ପ୍ରଶାସନକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି, ସରକାରୀ ଜାଗାରେ ନିର୍ମିତ ଆବାସକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ଆବାସ ବାବଦରେ ହୋଇଥିବା ଖର୍ଚ୍ଚ ହିତାଧିକାରୀଙ୍କଠାରୁ ଆଦାୟ କରିବାକୁ କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ହିତାଧିକାରୀ ଟଙ୍କା ନ ଦେଲେ ଏହି ଦୁଇ ସରକାରୀ କର୍ମଚାରୀଙ୍କ ପକେଟ୍‌ରୁ ତାହା ଆଦାୟ କରିବାକୁ ରାୟରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର