ପୁଲିସ ଅଧିକାରୀଙ୍କ ବିରୋଧରେ ଜାଲ ଜାତି ପ୍ରମାଣପତ୍ର ଅଭିଯୋଗ: ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : କାର୍ଯ୍ୟରତ ପୁଲିସ ଅଧିକାରୀଙ୍କ ବିରୋଧରେ ରହିଥିବା ଜାଲ ଜାତି ପ୍ରମାଣପତ୍ର ଅଭିଯୋଗର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଞ୍ଚଳ ଜୋନ୍ ‌ରାଜସ୍ବ ଡିଭିଜନ ରାଜ୍ୟସ୍ତରୀୟ ଯାଞ୍ଚ କମିଟି (ଷ୍ଟେଟ ଲେଭଲ ସ୍କ୍ରୁଟିନି କମିଟି(ଏସଏଲଏସସି)) ଜାଲ ଜାତି ପ୍ରମାଣପତ୍ର ଅଭିଯୋଗର ତଦନ୍ତ କରିବା ସହିତ ପ୍ରମାଣପତ୍ରର ଯାଞ୍ଚ କରିବେ। ୪ ମାସ ଭିତରେ ଏହି ତଦନ୍ତ ଓ ଯାଞ୍ଚ ଶେଷ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ବରଗଡ଼ ଜିଲ୍ଲା ସହରା ସମାଜ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ପୁଲିସ ଅଧିକାରୀଙ୍କ ବିରୋଧରେ ଜାଲ ଜାତି ପ୍ରମାଣପତ୍ର ପ୍ରସଂଗକୁ ନେଇ ହୋଇଥିବା ଅଭିଯୋଗ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଉଲ୍ଲେଖ କରି ହାଇକୋର୍ଟରେ ଏହି ମାମଲା ଦାୟର କରାଯାଇଥିଲା। ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଯେଉଁ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ରହିଛି ସେ ଜଣେ ପୁଲିସ ଅଧିକାରୀ ଓ ନିକଟରେ ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଥିଲେ।

ସମ୍ବନ୍ଧିତ ଖବର