ସ୍ୱାସ୍ଥ୍ୟକେନ୍ଦ୍ରରେ ଦଲାଲ ସାବାଡ଼ ଅଭିଯାନ : ୮ ଜିଲ୍ଲାରୁ ୩୦ ଗିରଫ

କଟକ : ରାଜ୍ୟର ଅଧିକା˚ଶ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଏବେ ଦଲାଲଙ୍କ କବ୍‌ଜାରେ। ଦଲାଲଙ୍କ ମାଧ୍ୟମରେ ଗରିବ ରୋଗୀଙ୍କୁ ଶୋଷଣ ଘଟଣାକୁ ଏବେ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଉଭୟ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ର ଏବ˚ ଦଲାଲଙ୍କ ଉପରେ ନଜର ରଖିବାକୁ ପୁଲିସ ଡିଜି ବିଜୟ କୁମାର ଶର୍ମା ଜିଲ୍ଲା ଏସ୍‌ପି ଓ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଏକ ମାସ ମଧ୍ୟରେ ୮ଟି ଜିଲ୍ଲାରେ ୩୦ ଜଣ ଦଲାଲଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜିଲ୍ଲାର ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନଜର ରଖାଯାଇଥିବା ପୁଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି।

କଟକ ବଡ଼ ମେଡିକାଲ୍‌ ଏବେ ଦଲାଲଙ୍କ ଆଡାସ୍ଥଳୀ ପାଟଲିଛି। କେବଳ ବଡ଼ ମେଡିକାଲ ନୁହେଁ, ରାଜ୍ୟର ବିଭିନ୍ନ ସରକାରୀ ହସ୍‌ପିଟାଲ୍‌, ମେଡିକାଲ୍‌ କଲେଜ, ବ୍ଲଡ୍‌ ବ୍ୟାଙ୍କ ଏବ˚ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦଲାଲ ବା ମଧ୍ୟସ୍ଥି ଅଧିକ ମାତ୍ରାରେ ସକ୍ରିୟ ଅଛନ୍ତି। ସେମାନଙ୍କୁ ସାବାଡ଼ କରିବା ପାଇଁ ଡିଜିପି ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପି/ଡିସିପିଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଭଳି ବେଆଇନ କାମରେ ସମ୍ପୃକ୍ତ ରହୁଥିବା ଦୁର୍ବୃତ୍ତଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରି ସେମାନଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପୁଲିସ ବିଭାଗର ରିପୋର୍ଟ ଅନୁଯାୟୀ, ଭୁବନେଶ୍ବରରେ ୪ଜଣ, ସମ୍ବଲପୁରରେ ୫ ଜଣ, ବଲାଙ୍ଗିରରେ ୫ ଜଣ, ଭଦ୍ରକରେ ୪ ଜଣ, ମୟୂରଭଞ୍ଜରେ ୩ ଜଣ, ରାଉରକେଲାରୁ ୪ ଜଣ, ବାଲେଶ୍ବରରୁ ୩ ଜଣ ଏବ˚ ନବରଙ୍ଗପୁରରୁ ୨ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଦଲାଲଙ୍କ ସହିତ ନର୍ସି˚ହୋମ୍‌ ମାଲିକ, ଡାଇଗ୍ନୋଷ୍ଟିକ୍‌ ସେଣ୍ଟର ମାଲିକ, ଡାକ୍ତରଙ୍କ ଭୂମିକା ବି ସନ୍ଦେହରେ ରହୁଥିବା କୁହାଯାଉଛି। ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରମାଣ ଯୋଗାଡ଼ କରିବାକୁ କୁହାଯାଇଛି। ଡିସିପି/ଏସ୍‌ପିଙ୍କ ତତ୍ତ୍ବାବଧାନରେ ଦଲାଲଙ୍କୁ ଗିରଫ କରିବା ପାଇଁ ପୁଲିସ ଅଫିସର ଅଭିଯାନ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଡିସିପି/ଏସ୍‌ପିମାନେ ନିୟମିତ ଭାବେ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ˚କ୍ରାନ୍ତ ରିପୋର୍ଟ ଡିଜିପିଙ୍କ ନିକଟରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର