୧୬ ଶିଳ୍ପ ପ୍ରକଳ୍ପ ପାଇଁ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କମିଟି ବୈଠକରେ ୪୧୮୩ କୋଟି ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପ୍ରାଧିକରଣର ବୈଠକରେ ଆଜି ୧୬ଟି ଶିଳ୍ପ ଓ ୧୦ଟି ବୃହତ୍‌ ପ୍ରକଳ୍ପକୁ ମଂଜୁରୀ ମିଳିଛି। ୧୬ଟି ଶିଳ୍ପ ପ୍ରକଳ୍ପ ପାଇଁ  ୪୧୮୩ କୋଟି ଟଙ୍କା ମଞ୍ଜୁରୀ ମିଳିଛି । ଏହା ସହିତ ୧୦ଟି ବୃହତ୍ ପ୍ରକଳ୍ପ ପାଇଁ ୧.୬୭ଲକ୍ଷ କୋଟି ଟଙ୍କାର ହାଇଲେଭଲ କ୍ଲିଅରାନ୍ସ ପ୍ରାଧିକରଣକୁ ସୁପାରିଶ କରିଛନ୍ତି।

ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପ୍ରାଧିକରଣ ବୈଠକରେ ମୋଟ ୯ଟି କ୍ଷେତ୍ରର ୪୧୮୩କୋଟି ଟଙ୍କାର ୧୬ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହା ଦ୍ୱାରା ରାଜ୍ୟରେ ୧୨,୯୭୩ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୬ଟି ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ। ସେହିପରି ପୁରୀରେ ୩ଟି, କୋରାପୁଟରେ ୨ଟି, ଧାମରା, କଟକ, ଭଦ୍ରକ, ମୟୂରଭଞ୍ଜ ଓ ଅନୁଗୁଳରେ ଗୋଟିଏ ଲେଖାଏଁ ସ୍ଥାପନ ହେବ। ପେପର, କାଠ ଓ ଜଙ୍ଗଲଜାତ ଦ୍ରବ୍ୟ, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ, ପରିଧାନ, ଟେକନିକାଲ ଟେକ୍ସଟାଇଲ, ମେଟାଲ ଆନ୍ସିଲାରୀ ଓ ଡାଉନଷ୍ଟ୍ରିମ, ପଲିମର ଓ ପ୍ଲାଷ୍ଟିକ ପ୍ରଡକ୍ଟ, ପ୍ଲାଷ୍ଟିକ, ୱେଷ୍ଟ ମ୍ୟାନେଜମେଂଟ, ସର୍କୁଲାର ଇକୋନୋମି, କେମିକାଲ, ଟୁରିଜିମ୍ ଓ ସିମେଂଟ କ୍ଷେତ୍ରରେ ଏହି ନିବେଶ ହେବ।

ସମ୍ବନ୍ଧିତ ଖବର