ଜୟପୁର ବଜାରରେ ବିଦେଶୀ ପର୍ଯ୍ୟଟକ, ତାରାଙ୍କ ପ୍ରଶ୍ନ- ‘ପୁଲିସ ଓ ପ୍ରଶାସନ ତଥ୍ୟ ରଖୁଛି କି?’

ଜୟପୁର: ୨ଜଣ ଋଷୀୟ ପର୍ଯ୍ୟଟକଙ୍କ ରାୟଗଡ଼ାରେ ମୃତ୍ୟୁ ପରେ ଏବେ ବିଦେଶୀ ପର୍ଯ୍ୟଟକମାନେ ଜୟପୁର ସହରରେ ବୁଲୁଥିଲେ ‌‌ସେମାନଙ୍କୁ ଲୋକେ ବେଶି ଧ୍ୟାନ ଦେଇ ଦେଖିବା ଏବଂ ସେମାନଙ୍କ ସଂପର୍କରେ ଜାଣିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଆଜି ଏଭଳି ଚିତ୍ର ଜୟପୁର ସହରର ମୁଖ୍ୟରାସ୍ତାରେ ଦେଖିବାକୁ ମିଳିଥିଲା। ଅପରପକ୍ଷରେ ଭାରତ ଭ୍ରମଣରେ ଆସି ରାୟଗଡ଼ାର ଏକ ହୋଟେଲରେ ସନ୍ଦେହଜନକ ଭାବେ ଦୁଇ ଋଷୀୟ ପର୍ଯ୍ୟଟକ ବ୍ଲାଡିମିର୍ ବିଦାନୋଭା ଓ ଭ୍ଲାଡିମିର୍ କ୍ଷେତ୍ର ସାଂସଦ ପାୱେଲ୍ ଆନ୍ଥେଭଙ୍କ ମୃତ୍ୟୁ ଓ ଅନ୍ତିମ ସଂସ୍କାରକୁ ନେଇ ପ୍ରଶ୍ନ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି?

ଦୁଇ ପର୍ଯ୍ୟଟକ ଖ୍ରୀଷ୍ଟାଧର୍ମାଲମ୍ବୀ ହୋଇଥିବା ବେଳେ ପୁଲିସ୍ ଓ ପ୍ରଶାସନ କିପରି ସେମାନଙ୍କ ମୃତଦେହକୁ ନ ପୋତି ପ‌ୋଡ଼ିଦେଲା ତାକୁ  ନେଇ ସଂଦେହ ପ୍ରକାଶ କରିଛନ୍ତି ଜୟପୁର ବିଧାୟକ। ସଂପ୍ରତି ବିଦେଶୀ ପର୍ଯ୍ୟଟକଙ୍କ ସୁଅ ଆରମ୍ଭ ହୋଇଥିବା ବେଳେ ଏମାନଙ୍କର ସଂପୁର୍ଣ୍ଣ ତଥ୍ୟ ପୁଲିସ ଓ ପ୍ରଶାସନ ନିକଟରେ ରହିଛି କି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ। ଏଭଳି ଜୟପୁରସହରରେ ବି ବହୁ ବିଦେଶୀ ପର୍ଯ୍ୟଟକ ଆସି ବୁଲୁଥିବା ବେଳେ ସେମାନଙ୍କ ସଂପୁର୍ଣ୍ଣ ବିବରଣୀ ଆଦିର ତଥ୍ୟ ପୁଲିସ ଓ ପ୍ରଶାସନ ରଖିଛି କି ନାହିଁ ବୋଲି ତାରା ପ୍ରଶ୍ନ କରିଛନ୍ତି। ପୁଲିସ ଓପ୍ରଶାସନ ବିଦେଶୀ ପର୍ଯ୍ୟଟକଙ୍କ ସଂପୁର୍ଣ୍ଣ ଗସ୍ତ ଓ ବିବରଣୀ ରଖିବା ଆବଶ୍ୟକ ବୋଲି କହିଛନ୍ତି ଜୟପୁର ବିଧାୟକ।

ଆଜି ଜୟପୁର ସହରରେ ଇଟାଲୀରୁ ୨ଜଣ ପୁରୁଷ, ୬ଜଣ ମହିଳା  ପର୍ଯ୍ୟଟକ ଦଳ ମୁଖ୍ୟରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏମାନଙ୍କୁ ଲୋକେ ଆଶ୍ଚର୍ଯ୍ୟଚକିତ ଭାବେ ଦେଖୁଥିବା ଦେଖିବାକୁ ମିଳିଥିଲା। ଏହି ପର୍ଯ୍ୟଟକ ମାନେ ବି ଲୋକଙ୍କ ଫଟୋ ଉଠାଇବା ସହ ସେଲଫୀ ନେଉଥିବା ଦେଖିବାକୁ ମିଳିଥିଲା। ଖାସ୍ କରି ବହୁ ବିଦେଶୀ ପର୍ଯ୍ୟଟକ ଜୟପୁର ସହରରେ ରହି ମାଲାକାନଗିରୀ ଜିଲ୍ଲାର ବଣ୍ଟାଘାଟିକୁ ବେଶି ବୁଲିବାକୁ ଯାଉଥିବା କିଛି ହୋଟେଲ ମାଲିକ କହିଛନ୍ତି।

ସମ୍ବନ୍ଧିତ ଖବର