୭ମ ବେତନ କମିସନଙ୍କ ସୁପାରିସ ନେଇ ବିଜ୍ଞପ୍ତି : ୨୯ ସୁଦ୍ଧା ବକେୟା ୪୦% ମିଳିବ

ଭୁବନେଶ୍ୱର : ୨୦୧୬ ଜାନୁଆରି ପହିଲାରୁ ରାଜ୍ୟରେ ସପ୍ତମ ବେତନ କମିସନଙ୍କ ସୁପାରିସ କାର୍ଯ୍ୟକାରୀ ହେଉଛି। ୨୦୧୭ ସେପ୍ଟେମ୍ବର ମାସରୁ ରାଜ୍ୟ ସରକାରଙ୍କ କର୍ମଚାରୀ, ପେନ୍‌ସନ୍‌ଭୋଗୀମାନେ ସଂଶୋଧିତ ହାରରେ ଦରମା, ପେନ୍‌ସନ ପାଉଛନ୍ତି। କିନ୍ତୁ ସେମାନେ ୪୦ ପ୍ରତିଶତ ବକେୟା ଦରମା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ସେ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ଅର୍ଥ ବିଭାଗ। ଆସନ୍ତା ୨୯ ତାରିଖ ସୁଦ୍ଧା କର୍ମଚାରୀମାନଙ୍କୁ ବକେୟା ୪୦ ପ୍ରତିଶତ ଦରମା ଦିଆଯିବ ବୋଲି ଅର୍ଥ ବିଭାଗ ସୂଚନା ଦେଇଛି।

ସମ୍ବନ୍ଧିତ ଖବର